ସାଇକେଲ ବିକିବା ନାମରେ ଠକେଇ ଅଭିଯୋଗରେ ବିହାର ବେପାରୀଙ୍କୁ ଅଟକ

ସୁଶାନ୍ତ ପ୍ରଧାନ//ସ୍ବତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୁଜ
ଢେଙ୍କାନାଳ, ୧୩/୦୮/୨୦୨୪ : ଢେଙ୍କାନାଳ ଜିଲ୍ଲା ରେ ଏବେ ସାଇକେଲ ବିକିବା ଓ ଲଟେରୀ ମାଧ୍ୟମରେ ଅନେକ ଉପହାର ମିଳିବା ଅଭିଯୋଗ ରେ ସଦର ପୋଲିସ ହାତରେ ଧରା ପଡିଛନ୍ତି ବିହାର ରୁ ଆସିଥିବା ବେପାରୀ ଘଟଣା ମୁତାବକ ଏହି ବେପାରୀ ମାନେ ସାଇକେଲ ମାଧ୍ୟମ ରେ ଗାଁ ଗାଁ ରେ ବୁଲି ୬୫୦୦ ଟଙ୍କାରେ ଦୁଇଟା ସାଇକେଲ ଓ ଲଟେରୀ ମାଧ୍ୟମରେ କୁପନ୍ ରେ ଅନେକ ଉପହାର ମିଳିବା କହି ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକଙ୍କୁ ଠକିଛନ୍ତି ସାଇକେଲ ଗୋଟାଏ ଦେଇ ଆଉ ଗୋଟାଏ ଦେବି କହି ସେହି ଅଞ୍ଚଲରୁ ଫେରାର ହୋଇଯାଇଛନ୍ତି ହେଲେ ଏହି ଠକାମୀ ରେ ଶିକାର ହୋଇଛନ୍ତି ଅନେକ ନୀରିହ ପରିବାର ସେମାନେ ବୁଲି ବିକୁଥିବା ଗାଡ଼ି ସାଇକେଲ ଓ ଲଟେରୀ ର ଜିନିଷ ପତ୍ର ଧରି ବିକି ଥିବା ବେଳେ ସେମାନେ ବ୍ୟବହାର କରୁଥିବା ଗାଡି ମାନଙ୍କର ନା କୌଣସି କାଗଜ ପତ୍ର ଅଛି ନା ଡ୍ରାଈଭିଙ୍ଗ ଲାଇସେନ୍ସ ଅଛି ଏଠାରେ ପ୍ରଶ୍ନ ଉଠିଛି ଜେ କିଭଳି ଭବରେ ଏମାନେ ବିନା ଡକ୍ୟୁମେଣ୍ଟ ରେ ବୁଲୁଛନ୍ତି ଆଞ୍ଚଳିକ ପରିବହନ ଏ ବିଷୟରେ ଗୁରୁତ୍ଵ ନ ଦେବାରୁ ଅନ୍ୟ ରାଜ୍ୟରୁ ଆସିଥିବା ବେପାରୀ ମାନେ ଖୁଲମଖୁଲା ବୁଲୁଛନ୍ତି ହେଲେ ଆଜିର ଏହି ଘଟଣାରେ ପୋଲିସ ବିଭାଗ ଓ ପରିବହନ ବିଭାଗ ପକ୍ଷରୁ କି କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ହେଲେ ବର୍ତ୍ତମାନ ବାଂଲାଦେଶ ର ଅନୁପ୍ରବେଶ କୁ ଦେଖି ଅନେକ ବ୍ୟକ୍ତି ସଚେତନ ହେଲେଣି ଓ ବିଭିନ୍ନ ସ୍ଥାନରେ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ତନଖି ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି l

ଆଦିବାସୀଙ୍କ ଉନ୍ନତି ପାଇଁ ସ୍ଵତନ୍ତ୍ର ସମନ୍ଵୟ ଆଦିବାସୀ ଉନ୍ନୟନ ସଂସ୍ଥା / ITDA ମଧ୍ୟ ରହିଛି ଏବଂ କୋଟି କୋଟି ଟଙ୍କା ମଧ୍ୟ ବିକାଶ ନାମରେ ଖର୍ଚ୍ଚ ହେଉଛି। କିନ୍ତୁ ବିକାଶ ନାମରେ ଦୁର୍ନୀତିର ଗନ୍ତାଘରର ପାଲଟିଛି ITDA ସଂସ୍ଥା। ଥୁଆମୂଳ ରାମପୁର ସ୍ଥିତ ଗୋପାଳପୁର ଆଦିବାସୀ ଛାତ୍ରାବାସ ଆଶ୍ରମ ନର୍କ ଠୁ ବଳି ଦୁର୍ଗନ୍ଧ ଫାଟି ପଡୁଚି। ଏ ସମ୍ପର୍କରେ ଭବାନୀପାଟଣାରୁ ମୁକେଶ କୁମାର ବେହେରାଙ୍କ ରିପୋର୍ଟ, ସମୀକ୍ଷା ନିୟୁଜ ଲାଇଭ

Leave a Reply

Your email address will not be published. Required fields are marked *