ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର (18/08/24)
ବହୁଚର୍ଚ୍ଚିତ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂଙ୍କ ଜେଲରୁ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ତ ରିଟ ଆବେଦନକୁ ବିଚାର କରି କୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ କୁ ଧାର୍ଯ୍ୟ ହୋଇଛି । ନ୍ୟାୟାଳୟରେ ଦାରା ସିଂଙ୍କ ଆବେଦନରେ ଦର୍ଶାଯାଇଛି ଯେ ମୟୁରଭଞ୍ଜ ଜିଲା ମହୁଲଡିହା ଥାନାର ଦୁଇଟି ମାମଲା ଏବଂ ସିବିଆଇର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି । କାରାଗାରରୁ ମୁକ୍ତି ପାଇଁ ପ୍ରଚଳିତ ୧୪ ବର୍ଷ ଜେଲ ଅବଧି କାଳ ନିମୟମାବଳୀ ଠାରୁ ଖୁବ୍ ଅଧିକ ଅର୍ଥାତ ୨୪ ବର୍ଷ ୫ ମାସ ସଜା କାଳକୁ ଏପର୍ଯ୍ୟନ୍ତ ଭୋଗୁଛନ୍ତି । ସେ ଭୋଗିଥିବା ଜେଲଦଣ୍ଡ ସମୟକାଳକୁ ବିଚାର କରି ମୁକ୍ତି କରିବାକୁ ଆବେଦନରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ମିଳିଥିବା ଆଶ୍ବସ୍ତି ଓ ମଦନ ବନାମ ଉତ୍ତର ପ୍ରଦେଶ ସରକାର ମାମଲାରେ ଦୋଷୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ଏବଂ ପରେ ଆଜୀବନ ଦଣ୍ଡାଦେଶରେ ପରିବର୍ତ୍ତନ ତଥା କାରାଗାରରୁ ମୁକ୍ତି ଭଳି ଦାରା ସିଂ ନିଜ ପାଇଁ ସମାନ ଢ଼ଙ୍ଗରେ ଜେଲରୁ ମୁକ୍ତି ଚାହିଁଛନ୍ତି।
ଆଜୀବନ ସଜା କାଟୁଥୁବା ବନ୍ଦୀଙ୍କୁ ଜେଲରୁ ମୁକ୍ତ ଲାଗି ଓଡ଼ିଶା ସରକାର ୧୯ ଅପ୍ରେଲ ୨୦୨୨ ରେ ରିଜୋଲ୍ୟୁସନ ଆଣିଛନ୍ତି । ଏଥିରେ ୧୪ ବର୍ଷରୁ ଅଧିକ କାଳ ସଜା କାଟି ଥିବା ବନ୍ଦୀଙ୍କୁ ମୁକ୍ତି ଦେବା ଲାଗି ବ୍ୟବସ୍ଥା ରହିଛି । ଏଥିଲାଗି ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଚୂଡ଼ାନ୍ତ ନିଷ୍ପତି ନେଇପାରିବେ । ପୂର୍ବରୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଗତ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ। ୧୯ ଅପ୍ରେଲ ୨୦୨୨ରେ ରିଜୋଲ୍ୟୁସନ ଅନୁଯାୟୀ ତାଙ୍କୁ ମୁକ୍ତି ଲାଗି ୨୨ ସେପ୍ଟେମ୍ବର ୨୦୨୨ରେ ସୁପାରିସ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନି ନିଆଯାଇନାହିଁ ହିଁ ବୋଲି ଦର୍ଶାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ ହୋଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଦାରା ସିଂ ଗତ ଜୁଲାଇ ୯ , ୨୦୨୪ ରେ ସର୍ବୋଚ ନ୍ୟାୟଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ କି ସେ ୨୪ ବର୍ଷରୁ ଉର୍ଦ୍ଧ ସଜା କାଟି ସାରିଲେଣି ଏଣୁ ତାଙ୍କୁ ରାଜ କ୍ଷମା ଦିଆଯାଉ । ଯାହାକୁ ନେଇ ସର୍ବୋଚ ନ୍ୟାୟଳୟ ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ S.V.N ଭଟ୍ଟିଙ୍କୁ ନିଇ ଏକ ବେଞ୍ଚ ଗଠନ କରି ଏହାର ଶୁଣାଣି କରି ସରକାଙ୍କ ନୋଟିସ ଇସୁ କରିଥିଲେ । ଏହାକୁ ନେଇ ଦାରା ସେନା ର ମୁଖ୍ୟ ଦିଲ୍ଲି ନିବାସୀ ମୁକେଶ ଜେନ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଥିଲେ । କାରଣ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ ହୋଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ୨୧ ଜାନୁଆରୀ ୧୯୯୯ ରେ ଦାରା ସିଂ ଓ ତାଙ୍କର କିଛି ସମର୍ଥକ ମନୋହରପୁର ଠାରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିପ ଓ ତିମୋତି ଙ୍କୁ ଗାଡି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡି ହତ୍ୟା କରିଥିଲେ I ଏହି ଘଟଣା ରେ ୩୧ ଜାନୁଆରୀ ୨୦୦୦ ରେ ଦାରା ସିଂ ଗିରଫ ହୋଇଥିଲେ । ଯାହାକୁ ନେଇ ସେପ୍ଟେମ୍ବର ୨୦୦୩ ରେ ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ଏହା ପରେ ମେ ୨୦୦୫ ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶ କୁ କୋହଳ କରି ଆଜୀବନ କୁ ପରିବର୍ତ୍ତନ କରିଥିଲେ |
ଉନ୍ନତି କରିବାର ଆଳରେ ଆମେ ଦୁର୍ନୀତିରେ ଜଡିତ ହେଉଛେ l କିଛି ମିଳୁ ଏହି ଭାବନା ହିଁ ଆମକୁ ପ୍ରଗତିର ଅନ୍ତରାୟ କରୁଛି l ଆଜିର ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମୀକ୍ଷା ନିୟୁଜ ଲାଇଭର ସମ୍ପାଦକ ଡ଼ଃ ମହେଶ୍ୱରଙ୍କ ସଂକଳ୍ପ ବାର୍ତ୍ତା l ଆପଣ ବାର୍ତ୍ତାକୁ ଦେଖି ନିଜର ମତାମତ ଭିଡ଼ିଓର କମେଣ୍ଟ ବକ୍ସରେ ଲେଖନ୍ତୁ l ଧନ୍ୟବାଦ 🙏🏼- ଡ଼ଃ ମହେଶ୍ୱର, 9040077035
https://youtu.be/zgMdULi3oPU?si=8UX-dlXr9ycFcSvB