ଚିକିଟି ମଦ ମୃତ୍ୟୁ: ଅବକାରୀ ଓ ଆରକ୍ଷୀ ବିଭାଗରେ ନାକନିଶ ତଳେ ଚାଲିଥିଲା ଅବୈଧ ମଦ ପ୍ରସ୍ତୁତି ବିକ୍ରି

ଅନନ୍ତ ନାରାୟଣ ମହାନ୍ତି//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ବ୍ରହ୍ମପୁର: ଗଞ୍ଜାମ/ ୨୧-୦୮-୨୪: ଲମ୍ବା ସମୟ ପରେ ପୁଣି ଗଞ୍ଜାମକୁ ଫେରିଛି ବିଷାକ୍ତ ମଦର ତାଣ୍ଡବ। ପରିବର୍ତ୍ତନର ପରବର୍ତ୍ତି ସମୟରେ ଗଞ୍ଜାମ ଜିଲ୍ଲାରେ ମଦ ବନ୍ଦ ହେବ ବୋଲି ଆଶା ସଂଚାର ହୋଇଥିଲା। ବର୍ତ୍ତମାନ ଘଟିଥିବା ବିଷାକ୍ତ ମଦର ପ୍ରଭାବ ଅବକାରୀ ଓ ଆରକ୍ଷୀ ବିଭାଗର ଅସଲମୁଖା ଖୋଲି ଦେଇଛି।
ଚିକିଟି ବ୍ଲକର ଅବକାରୀ କାର୍ଯ୍ଯାଳୟ, ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ଯାଳୟ ଠାରୁ ମାତ୍ର ଅନତି ଦୁରରେ ଥିବା ମାଉନ୍ଦପୁର ଗ୍ରାମର ୩ଟି ଶୌଣ୍ଢିକ ଜାତିର ପରିବାର ନିଜର କୌଳିକ ବ୍ଯବସାୟ ନାମରେ ଆଜକୁ ୪୦ବର୍ଷ ଧରି ମଦ ପ୍ରସ୍ତୁତି ଓ ବିକ୍ରି କରି ଆସୁଥୁଲେ। ଅବୈଧ ପ୍ରସ୍ତୁତ ମଦ ଚିକିଟି ବିଜ୍ଞାପିତ ଅଞ୍ଚଳର ସହରତଳି ଅଞ୍ଚଳରେ ବ୍ଯାପକ ଭାବରେ ଚାଲିଥିଲା ବିକ୍ରି। ଏହି ମଦ ପ୍ରସ୍ତୁତ ଓ ବିକ୍ରିକୁ ନେଇ ବହୁବାର ବାଦବିବାଦ ତୁମ୍ବୀତୋଫାନ ହୋଇଥିଲେ ମଧ୍ଯ ଅବକାରୀ ଓ ଆରକ୍ଷୀ ବିଭାଗର ଭିତିରିଆ ଆଶୀର୍ବାଦରେ ଚାଲିଥିଲା ମାଉନ୍ଦପୁର ମଦ ସାମ୍ରାଜ୍ଯ। ୨୦୨୩ରେ ତତ୍କାଳିନ ବିରୋଧୀଦଳର ଅଭିଯୋଗରେ କିଛିଦିନ ବନ୍ଦ ହୋଇଥିଲା। ୨୦୨୪ ନିର୍ବାଚନ ପ୍ରାରମ୍ଭରୁ ଚିକିଟି ଅବକାରୀ ଓ କେ.ନୂଆଁଗାଁ ଆରକ୍ଷୀ ବିଭାଗର ଅବୈଧ ଆଶୀର୍ବାଦରେ ପୁଣି ଆରମ୍ଭ ହୋଇଗଲା ମଦର ବନ୍ଯା। ଏହି ବିଷାକ୍ତ ମଦରେ ଜେନାପୁର କରବାଲୁଆ ଅଞ୍ଚଳରୁ ପାଖାପାଖି ୨୫ ଆକ୍ରାନ୍ତ। ୨୫ ଆକ୍ରାନ୍ତ ମଧ୍ଯରୁ ୭ଗୁରୁତର ଥିବା ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ। ଗତକାଲି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ଯାଳୟ ଏବଂ ଚିକିତ୍ସାଳୟର ଚିକିତ୍ସିତ ଅବସ୍ଥାରେ ଜଣେ ଗୁରୁତର ଜୁର ବେହେରାଙ୍କ ମୃତ୍ଯୁ ହୋଇଥିବା ବେଳେ ଏହି ସଂଖ୍ଯା ବଢ଼ିବାର ସମ୍ଭାବନା ରହିଛି। ମୃତକର ପରିବାରକୁ ସହାୟତା ଦେବା ପାଇଁ ଜେନାପୁର ଗ୍ରାମବାସୀଙ୍କ ତରଫରୁ ରାସ୍ତାରୋକ କରାଯାଇଥିଲା। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି।

ରାଜ୍ୟର ଜନଜୀବନ ସ୍ୱାସ୍ଥ୍ୟ ସମ୍ପୂର୍ଣ ଉଜୁଡି ଯାଇଥିବାର ଏକ ପ୍ରାମାଣିକ ଓଡ଼ିଆ ଚଳଚିତ୍ର ‘ଦମନ’ ଜାତୀୟ ସ୍ତରରେ ପୁଣି ନାଁ କମେଇଛି l @samikshanewslive 9040077035

Leave a Reply

Your email address will not be published. Required fields are marked *