ଭୁବନେଶ୍ୱର, 30/9(ସମୀକ୍ଷା ନିୟୁଜ ):
ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ରାଉତ ଓକାକ ମୁଖ୍ୟ
କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି | ସେ ଏକ୍ସଆଇଏମବିରୁ ଶିକ୍ଷା ଗ୍ରହଣ କରିବା ସହିତ ମ୍ୟାନେଜମେଣ୍ଟରେ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ତାଙ୍କର ଗବେଷଣା ଗୁଡ଼ିକ ମୁଖ୍ୟତଃ ଇ-ଗଭର୍ଣ୍ଣାନ୍ସ, ନାଗରିକ କେନ୍ଦ୍ରିକ ସେବା ପ୍ରଦାନ,
ଜନନୀତି ଏବଂ ନେତୃତ୍ଵ ଉପରେ ଗୁରୁତ୍ଵ ଦେଇଥାଏ ।
ତାଙ୍କର ସୂଚନା ପ୍ରଯୁକ୍ତିବବିଦ୍ୟା ତଥା ଇ-ଗଭର୍ଣ୍ଣାନ୍ସ ସେବା ସମ୍ବନ୍ଧୀୟ ପ୍ରକଳ୍ପ କାର୍ଯ୍ୟାନ୍ଵୟନ କରିବାରେ ବିଶେଷ ଅଭିଜ୍ଞତା ଅଛି । ଏହା ପୂର୍ବରୁ ସେ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ସର୍ଭିସ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ସମ୍ବନ୍ଧୀୟ ପ୍ରକଳ୍ପ ଯଥା ଇ-ରେଜିଷ୍ଟ୍ରେସନ, ଡାଟାଏଣ୍ଟ୍ରି, ଓସ୍ଵାନ, ଓସ୍ୱାସ, ଜନସେବା କେନ୍ଦ୍ର ଇତ୍ୟାଦି ସଫଳତାର
ସହିତ କାର୍ଯ୍ୟକାରୀ କରିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ତାଙ୍କର ଅଭିଜ୍ଞତା ଓ ନିପୁଣତା ଓଡ଼ିଶାର ଡିଜିଟାଲ ରୂପାନ୍ତରୀକରର ଲକ୍ଷ୍ୟକୁ ସୁଦୃଢ କରିବାରେ ସହାୟକ ହେବ । ତାଙ୍କ ନିଯୁକ୍ତିରେ ଓକାକର ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତା ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଛନ୍ତି ।
(ଡକ୍ଟର ପ୍ରଦୀପ କୁମାର ରାଉତ)
ମୋ : ୮୭୬୩୮୨୦୩୪୬