ଅଷ୍ଟମ ଏସିଆନ ପେଙ୍କକ ସିଲଟ ଚାମ୍ପିଅନସିପ ପ୍ରତିଯୋଗିତା: ଚମକିଲେ ଓଡ଼ିଆ ଝିଅ ପ୍ଲିଜାଲିନ୍ ତରାଇ

ଅକ୍ଟୋବର ୧୦ ରୁ ୧୬ ଯାଏ ଉଜିବିକସ୍ତାନର ବୁଖରା ଠାରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଏସିଆନ ପେଙ୍କକ ସିଲଟ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଶାର ଝିଅ ପ୍ଲିଜାଲିନ୍ ତରାଇ । ନିଜ ବର୍ଗରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ଓଡ଼ିଶାର ଏକମାତ୍ର ଝିଅ ଯିଏ କି ଭାରତୀୟ ଦଳ ରେ ସ୍ଥାନ ପାଇ ସଫଳତା ହାସଲ କରିଛନ୍ତି। ଆଗରୁ ମଧ୍ୟ ସେ ୩୭ ତମ ନେସନାଲ ଗେମ୍ ରେ ଓଡ଼ିଶା କୁ ରୋପ୍ୟ ପଦକ ଆଣି ଓଡିଶାକୁ ଗୌରବର ଶୀର୍ଷରେ ପହଞ୍ଚାଇଥିଲେ । ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ଡାଇରେକ୍ଟର ଶ୍ରୀ ସିଦ୍ଧାର୍ଥ ଦାସ, ଅଧିକାରୀ ସୈଳେନ୍ଦ୍ର କୁମାର ଜେନା, ବିଜୟ କୁମାର ସ୍ବାଇଁ,ଓଡ଼ିଶାର ସଭାପତି ତାପସ କୁମାର ରାୟ ଚୌଧୁରୀ, ସଂପାଦକ ପ୍ରେମ ସିଂ ଥାପା, ଖୋର୍ଦ୍ଧା ଜିଲ୍ଲା ର ସଭାପତି ସାରଦା ପ୍ରସନ୍ନ ଦାସ, ଚେୟାରମ୍ୟାନ ସଚିନ ମହାପାତ୍ର,ଉପ ସଭାପତି ସୁବ୍ରଜିତ୍ ଜେନା,ନବ କିଶୋର ପାଇକରାୟ, ସଂପାଦକ ଜିତେନ୍ଦ୍ର କୁମାର ରାଉତ,ସହ ସଂପାଦକ ପ୍ରକାଶ ବେହେରା, ମୁଖ୍ୟ ପରାମର୍ଶ ଦାତା ଦେବାଶିଷ ସୁନ୍ଦରାୟ ଓ ରୁଦ୍ର ନାରାୟଣ ସାମନ୍ତରାୟ ,ନାରାୟଣ ପାତ୍ର ଓ ସନ୍ତୋଷ ଧଳ ଆଦି ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *