ଅସିତ ମହାନ୍ତି //ସାମ୍ବାଦିକ //ସମୀକ୍ଷା ନିୟୁଜ ଢେ଼ଙ୍କାନାଳ :(୧୮/୧୦/୨୪)
ଦେଓଗାଁ ମହାନ୍ତି ସାହି ଗଜଲଷ୍ମୀ ପୂଜା ପ୍ରତିଷ୍ଠାନ ୫୦ ବର୍ଷ ପୂର୍ତ୍ତି ହେଇଛି । ସୂଚନା ଯୋଗ୍ୟ ୧୯୭୪ ରେ ଏହି ଗଜଲଷ୍ମୀ ପୂଜା ଅନୁଷ୍ଠାନକୁ ଦେଓଗାଁର ଦୁଷ୍ମନ୍ତ ମହାନ୍ତି ଆରମ୍ଭ କରିଥିଲେ ତାଙ୍କର ଉଦ୍ୟମ ଓ ନିଷ୍ଠାପର ମନୋଭାବ ଯୋଗୁଁ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ହେଇଛି।
ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଛି । ଗତକାଲି ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଦ୍ଵାରା ଓଡ଼ିଶାର ସୁନାମଧାନ୍ୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ , କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର , ଇସ୍ପିତା ପଣ୍ଡା ,ଙ୍କ ସହିତ ବହୁ କଣ୍ଠଶିଳ୍ପୀ ଯୋଗଦେଇଥିଲେ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଢେ଼ଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ , ସ୍ନମାନିତ ଅତିଥି ଭାବେ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରିନାରାଣୀ ଖଟୁଆ ,ଅବସରପ୍ରାପ୍ତ ପ୍ରଶାସକ ସନାତନ ମାଲିକ ,ଆଇନିଜୀବୀ ଆଶିଷ ମିଶ୍ର ଓଡିଶା ହାଇକୋର୍ଟ। ପୂର୍ବତନ ସରପଞ୍ଚ ଗଁଦିଆ ମଙ୍ଗରାଜ ବାରିକ ମୁଖ୍ୟ ବକ୍ତା ଭାବେ ସରପଞ୍ଚ ଦେଓଗାଁ ବିଜୟ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ସର୍ବପ୍ରଥମେ ମା ଗଜଲଷ୍ମୀ ଙ୍କ ମୁଖ୍ୟ ପୂଜକ ଆଚାର୍ଯ୍ୟ ମନୋଜ ପଣ୍ଡା ଓ ପଣ୍ଡିତ ମଞ୍ଚରେ ମା ଲଷ୍ମୀଙ୍କ ଉଦେଶ୍ୟ ରେ ଏକ ଶୋଳ୍କ ଗାଇବା ସହ ପ୍ରଦୀପ ପ୍ରଯୋଲନ କରିଥିଲେ ପରେ ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର କର୍ତ୍ତା ସୁଷ୍ମନ୍ତ ମହାନ୍ତି ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ନମାନିତ କରିଥିଲେ । ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ନବୀନ ନନ୍ଦ ଦୁଷ୍ମନ୍ତ ମହାନ୍ତିଙ୍କୁ ସ୍ନମାନିତ କରିଥିଲେ । ମୁଖ୍ୟ ବକ୍ତା ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ ସମସ୍ତ କଳାକାର ମାନଙ୍କୁ ସ୍ନମାନିତ କରିଥିଲେ । ପରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ମୁଖ୍ୟ ବସନ୍ତ ଶତପଥୀ ମଞ୍ଚ ପରିଚାଳନା କରି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କୁ ଆଗେଇ ନେବା ସହ କାର୍ଯ୍ୟକ୍ରମ କୁ ସୁଚାର ରୂପେ ସମାପ୍ତ କରିଥିଲେ ।