ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ପୁଣି ଥରେ କ୍ରିକେଟ୍ ମଇଦାନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଭେଟେରାନ ପ୍ରିମିୟର ଲିଗର ପ୍ରଥମ ସିଜନରେ ସେ ୟୁପି ବାଟାଲିୟନର ଅଧିନାୟକ ଭାବେ ନଜର ଆସିବେ। ଭାରତର ସର୍ବଶ୍ରେଷ୍ଠ ଟି -୨୦ ଖେଳାଳି ଭାବେ ବିବେଚିତ ହୋଇଥିବା ରାଇନା ଉତ୍ତରପ୍ରଦେଶ ପାଇଁ ନିଜର ବ୍ୟାଟିଂ ଦକ୍ଷତା ଏବଂ ଅଧିନାୟକତ୍ୱ ପ୍ରଦର୍ଶନ କରି IVPL ର ଏକ ଅଂଶ ହୋଇଥିବାରୁ ଖୁସି ଅଛନ୍ତି। ସୁରେଶ ରାଇନା କହିଛନ୍ତି ଯେ, ଇଣ୍ଡିଆନ ଭେଟେରାନ ପ୍ରିମିୟର ଲିଗର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି।