ଢେଙ୍କାନାଳ – ଗୋଳେହି ନିମବାହାଳି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସମାପ୍ତ କେବେ?

ଯଶୋବନ୍ତ ରଣଜିତ୍ ରାୟ।। ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍
ରାଜ୍ୟ ସରକାର ଙ୍କ ପୂର୍ତ୍ତ ବିଭାଗର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନିମବାହାଳି -ଗୁଳେହି ପୂର୍ତ୍ତ ବିଭାଗର ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଟ୨୩.୧୪ କୋଟି ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା ଏବଂ ସେହି ଆଧାରରେ ଏସ୍ ସି ଏସ୍ ଙ୍କଷ୍ଟ୍ର କ୍ସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା ସଂସ୍ଥାକୁ ଟେଣ୍ଡର ମିଳିଥିବା ବେଳେ କାର୍ଯ୍ୟ ସମାପ୍ତି ଅବଧି ଛ ମାସ ବିତିଯାଇଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦୈନନ୍ଦିନ, ସ୍କୁଲ୍,କଲେଜ୍, କଳକାରଖାନା ଶ୍ରମିକ ଠାରୁ ଆରମ୍ଭ କରି ଚାକିରୀ, ଦାକ୍ତର ଖାନା,ବ୍ୟବସାୟ କୋଟ୍ କଚେରୀ ଇତ୍ୟାଦି ପାଇଁ ପ୍ରାୟ ୫୦ ଟି ଗ୍ରାମର ଲୋକମାନେ ଯାତାୟତରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଏହି ଅଞ୍ଚଳ ର ଦୀର୍ଘଦିନ ର ରାସ୍ତା ସମସ୍ୟାର ସମାଧାନ ପାଇଁ ସରକାର ଙ୍କ ଅନୁଦାନ ସଞ୍ଜିବନୀ ସଦୃଶ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ସମାପ୍ତ ହେବ କେବେ? ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବିଳମ୍ବ ଯୋଗୁଁ ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ପୂର୍ତ୍ତ ବିଭାଗ କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *