ବିଜୟ ରତ୍ନ ପତି/ ପାଟଣା ସାମ୍ବାଦିକ / ସମୀକ୍ଷା ନିୟୁଜ
ପାଟଣା:୧୭/୨ : ସରକାରଙ୍କ ଯୋଜନା ମାଳ ମାଳ ଥିବା ସତ୍ୱେ ଆଜିବି ବହୁ ରାସ୍ତା ଗ୍ରାମ ସଡ଼କ ଯୋଜନା ନିକଟରୁ ବହୁତ ଦୂରରେ ରହିଛି କେନ୍ଦୁଝର ଜିଲ୍ଲା | ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି-ବୁରୁସାହି-ରାଜାଭାଡ଼ି ରାସ୍ତାରେ ଖାଲ ସହିତ ପଚ ପଚ ହୋଇ କାଦୁଅ ରହିଥିଲା l ରାସ୍ତାର ଅବସ୍ଥା ଏପରି ଥିଲା ଯେ ଗାଡି ମଟର ଯିବା ତ ଦୂରର କଥା ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଥିଲା | ଗ୍ରାମବାସୀମାନେ ଏପରି ଶୋଚନୀୟ ଅବସ୍ଥାରେ ରହୁଥିଲେ, ଯେ କେହି ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି | ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଥିବା ଥିବା ସହିତ ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ, ଦୁଇ ଚକିଆ, ତିନିଚକିଆ ତଥା ଚାରିଚକିଆ ଗାଡି ଯିବା ଆସିବା ହେଇପାରୁ ନଥିଲା |ଖବର କାଗଜରେ ଖବର ପ୍ରସାରଣ ପରେ ମଧ୍ୟ ବ୍ଲକ୍ ପ୍ରଶାସନ ଏଥି ପ୍ରଥି ଦୃଷ୍ଟି ଦେଇନଥିଲେ ।ଯାତ୍ରୀ ତଥା ଗ୍ରାମବାସୀ ମାନଙ୍କର ହେଉଥିବା ଅସୁବିଧା ଖବର ସାମାଜିକ ସଂଗଠନ “ଭରସା ପରିବାର” ନଜରକୁ ଆସିଲା | ସେତେବେଳେ ଭରସା ପରିବାର ପାଟଣା ବ୍ଲକ ସଭାପତି ଶ୍ରୀ ଭରତ ଚନ୍ଦ୍ର ମହାନ୍ତ, ସଂକ୍ରିୟ ସଦସ୍ୟ ବାପୁନ କୁମାର ମହାନ୍ତ, ସୁମନ୍ତ କୁମାର ମହାନ୍ତ, ସରୋଜ କୁମାର ମହାନ୍ତ, ସାଧୁ ଚରଣ ହେମ୍ବ୍ରମ,କାହ୍ନୁ ଚରଣ ମୁଣ୍ଡା, ମହେଶର ମହାନ୍ତ, ମନିକା ମୁଣ୍ଡା, ସୁରେଶ ମୁଣ୍ଡା ଓ ଗ୍ରାମବାସୀଙ୍କ ସହଯୋଗରେ ରାସ୍ତାଟି ମରାମତି ହୋଇପାରିଥିଲା।ଭରସା ପରିବାର ଦ୍ୱାରା ଏମିତି ପ୍ରଶଂନିୟ କାର୍ଯ୍ୟଦେଖି ଗ୍ରାମବାସୀ ମାନେ ଧନ୍ୟବାଦ ଦେଇଥିଲେ ।