ଗଞ୍ଜାମ: ମହିଳା କର୍ପୋରେଟରଙ୍କୁ ମହାନଗର ବୈଠକରେ ଅସମ୍ମାନ!

ଅନନ୍ତ ନାରାୟଣ ମହାନ୍ତି/ ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ
ବ୍ରହ୍ମପୁର (୧୮/୦୨/୨୦୨୪): ଦୀର୍ଘ ୪ମାସ ପରେ ୧୬-୦୨-୨୪ରେ ବ୍ରହ୍ମପୁର ମହାନଗର ନିଗମର ବୈଠକ ଅନୁଷ୍ଠିତ ହୋଇଥିଲା। ୪ମାସ ଧରି ବୈଠକ ହୋଇନଥିବା ଯୋଗୁଁ ମହାନଗର ନିଗମର କାମ ଏକ ପ୍ରକାର ଠପ୍ ହୋଇଯାଇଥିଲା କହିଲେ ଅତ୍ଯୁକ୍ତି ହେବ ନାହିଁ।
୩ମାସ ତଳେ ମେୟର ଓ କମିସନରଙ୍କ ଉପସ୍ଥିତରେ ୩୭ନଂ ମହିଳା କର୍ପୋରେଟରଙ୍କୁ ଜନୈକ ଠିକାଦାରଙ୍କ ଆଶାଳୀନ ବ୍ଯବହାର ସହ ଜଣେ ଦଳୀୟ ନେତାଙ୍କ ଦ୍ୱାରା ଆକ୍ରମଣ ଘଟଣା ଉପରେ ବୈଠକରେ ପ୍ରଶ୍ନ ଉଠିଥିଲା। ନିଜେ ପୀଡିତା କର୍ପୋରେଟର ବୈଠକରେ “ମା’ କୁ ସମ୍ମାନର ନାରା କଣ ଏହା କି? ମହାନଗର ନିଗମ ଏ ଘଟଣାକୁ ନେଇ ପାତର ଅନ୍ତର କାହିଁକି କରିଲା? ଦଳୀୟ ଆଧାରରେ ମହିଳାଙ୍କ ପ୍ରତି ଆକ୍ରମଣର ବିଚାର ହେବ କି?” ଏତିକି ପ୍ରଶ୍ନରେ ଶାସକ ଦଳର କିଛି ପୁରୁଷ କର୍ପୋରେଟର ପୁଣି ଉତ୍ତକ୍ଷିପ୍ତ ହୋଇ ମହିଳା କର୍ପୋରେଟରଙ୍କୁ ଅସମ୍ମାନ କରିବା ଆରମ୍ଭ କରିଦେଇଥିଲେ ବୋଲି ଜଣା ପଡିଛି। ଶାସକ ଦଳର କିଛି କର୍ପୋରେଟରଙ୍କ ଏପରି ଆଚରଣଉଚ୍ଚାରଣକୁ ୩ନଂ କର୍ପୋରେଟର ସବିତା ସାହୁ ତୀବ୍ର ବିରୋଧ କରିଥିଲେ। ମହାନଗର ନିଗମ ଅଞ୍ଚଳରେ ମହିଳାଙ୍କୁ ଅସୁରକ୍ଷିତ ପ୍ରସଂଗ ଉପରେ ଶାସକ ଦଳକୁ କଡା ଜବାବ ଦିଆଯିବ ବୋଲି କହିଥିଲେ।ରାଜ୍ଯ ସରକାରଙ୍କ ଆଭିମୂଖ୍ଯକୁ ବ୍ରହ୍ମପୁର ମହାନଗରନିଗମର ସରକାରୀଦଳ କର୍ପୋରେଟର ମାନେ ଏତେ ଘୃଣା କରିବାର କାରଣ ବୋଲି ପୀଡିତା କର୍ପୋରେଟର ପଚାରିଛନ୍ତି। ମହିଳା ସୁରକ୍ଷାକୁ ନେଇ ମହାନଗର ନିଗମ ବୈଠକରେ ତୁମ୍ବୀତୋଫାନ।

Leave a Reply

Your email address will not be published. Required fields are marked *