ଯଶୋବନ୍ତ ରଣଜିତ୍ ରାୟ।। ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍,
ଢେଙ୍କାନାଳ, ୧୯/୨/୨୦୨୪
ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ର ୩୧୭ ତହସିଲ ଅଧୀନ ରେ ଥିବା ସମସ୍ତ ରାଜସ୍ୱ ନିରୀକ୍ଷକ,ଉପ ନିରୀକ୍ଷକଙ୍କ ସମେତ ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ର ଅଧିକାରୀ ଙ୍କ ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଦ୍ୱାରା ଆହୂତ ସଂଘ ଦ୍ୱାରା ୬ ଦଫା ଦାବୀ କୁ ନେଇ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଦିଆଯାଇଛି। ଫଳରେ ସମଗ୍ର ରାଜ୍ୟ ରେ ସାଧାରଣ ଲୋକ ମାନଙ୍କ ର ଜମା ଜମି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ରେ ମଧ୍ୟ ଅନୁରୂପ ଭାବରେ ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ୱ ନିରୀକ୍ଷକ କ୍ଷେତ୍ର ଅଧିକାରୀ ସଂଘ ର କର୍ମକର୍ତ୍ତା ମାନଙ୍କୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ରାଜ୍ୟ ସରକାର ସମ୍ପୃକ୍ତ ଆନ୍ଦୋଳନକାରୀ ଙ୍କ ଦାବୀ ଯଥାଶୀଘ୍ର ବିଚାର କରି ଆନ୍ଦୋଳନ କୁ ପ୍ରତ୍ୟାହୃତ କରିବାକୁ ବୁଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ଅନ୍ୟଥା ରାଜ୍ୟ ରେ ସାଧାରଣ ଜନତାଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ଓ ରାଜ୍ୟରେ ଅରାଜକତା ପରିସ୍ଥିତି ସୃଷ୍ଟି ହେବ ଏଥିରେ କୈାଣସି ସନ୍ଦେହ ନାହିଁ। ତେଣୁ ଏହି ଆନ୍ଦୋଳନକୁ ସରକାର କେତେ ଗମ୍ଭୀରତା ର ସହିତ ଦେଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।।