ପର୍ଯ୍ୟଟନସ୍ଥଳୀ ସତିଗୁଡ଼ା ଇକୋ ପାର୍କରେ ଓଡ଼ିଆ ଚଳଚିତ୍ରର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୪/୦୨/୨୪
ପର୍ଯ୍ୟଟନସ୍ଥଳୀର ବିକାଶ ଓ ପ୍ରଚାର ପ୍ରସାର ନିମନ୍ତେ ଚଳଚିତ୍ର ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କର ୨୫ ଜଣିଆ ସୁପର ବାଇକ ରାଇଡର ସହ ଆଜି ମାଲକାନଗିରି ଜିଲ୍ଲାର ଯଦୁଗୁଡା ଓ ସତୀଗୁଡା ଇକୋ ପାର୍କ ପରିଦର୍ଶନ କରିଛନ୍ତି । ଦୁଇଟି ସବୁଜ ଉଦ୍ୟାନ ଦେଖି ଖୁସି ପ୍ରକଟ କରିବା ସହ ଏହାର ବିକାଶ ଦିଗ ପ୍ରତି ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କିପରି ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରତି ଆକୃଷ୍ଟ କରିବ ସେଥି ପ୍ରତି ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଦିର୍ଘ ୬୫୦ କିଲୋମିଟର ବାଇକ ରାଇଡିଙ୍ଗ କରି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ପହଞ୍ଚିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତେବେ ସତିଗୁଡ଼ା ପାର୍କ ରେ ପୁରା ଟିମ୍ ରାତ୍ରି ଯାପନ କରିଥିଲେ। ଏଠାରେ ମିଳିଥିବା ଖାଦ୍ୟର ବେଶ୍ ପ୍ରଶଂସା କରିବା ସହିତ ପାଣିରେ ବୋଟିଙ୍ଗ କରିବା, କର୍ଟେଜରେ ରାତି ରହଣି ଠାରୁ ନେଇ ସୁବ୍ୟବସ୍ଥା ଉପରେ ଫରେଷ୍ଟ ବିଭାଗକୁ ଧନ୍ୟବାଦ ଜଣାଇବା ସହିତ ବେଶ୍ ପ୍ରଶଂସା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର। ତେବେ ଓଡ଼ିଶାର ବିଭିନ୍ନ ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀ ଯେପରି ଆଗକୁ ଆହୁରି ଉନ୍ନତି ହୋଇପାରିବ ସେ ନେଇ ମାଲକାନଗିରି ଜିଲ୍ଲାର ସତିଗୁଡ଼ା ଇକୋ ପାର୍କ ଏବଂ ଚିତ୍ରକୋଣ୍ଡା ଇକୋ ପାର୍କର ପ୍ରୋମୋଟ କରିବା ପାଇଁ ମାଲକାନଗିରି ପହଞ୍ଚିଥିବା କହିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାନ୍ତି।ସତୀଗୁଡା ଇକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତ୍ତାପାଲ୍ଲୀ, ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ସମେତ ବନ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅଭିନେତା ତଥା ପୂର୍ବତନ ସଂସଦଙ୍କୁ ଦେଖିବା ଓ ସେଲ୍ଫି ନେବା ପାଇଁ ଶତାଧିକ ଯୁବଗୋଷ୍ଟିଙ୍କ ଭିଡ଼ ଜମିଥିଲା । ଏ ଅବସରରେ ଅଭିନେତା ଶ୍ରୀ ମହାପାତ୍ର ଓ ତାଙ୍କ ଦଳ ସୁପର ବାଇକ ସୋ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *