ଶୁଶାନ୍ତ ପ୍ରଧାନ//ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ୍ ଢେଙ୍କାନାଳ (୨୮/୦୨/୨୦୨୪): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ରାଜନୀତି ଦଳର କେଉଁ ପ୍ରାଥିମାନଙ୍କ ଉପରେ ଆସ୍ଥା ଭାଜନ କରୁଛି ଦଳ ଭିତରେ ନେତା ମାନଙ୍କ ମଧ୍ୟରେ ଛନକା l ଏହା ଭିତରେ ବିଜେପି, ବିଜେଡ଼ି ଓ କଂଗ୍ରେସରେ ପ୍ରାର୍ଥୀ ଚୟନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳରେ ଅଙ୍କ କଷା ଆରମ୍ଭ ହୋଇଯାଇଛି।ଶାସକ ବିଜେଡି ଦଳରୁ ବିଧାୟିକା ସୀମାରାଣୀ ନାୟକ,ରାଜ୍ୟ ବିଜେଡି ସମ୍ପାଦିକା ନମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟା ଆଇନଜୀବୀ ମମତାଞ୍ଜଳି ବେହେରା, ହିନ୍ଦୋଳ ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ଓଡ଼ାପଡ଼ା ବ୍ଲକ ର ଯୁବ ସରପଞ୍ଚ ଜଟି ନାଏକ ଟିକେଟ୍ ଲବିରେ ଥିବାବେଳେ ବିଜେପି ରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଜେପି ରାଜ୍ୟ ପରିଷଦ ସଦସ୍ୟ ଯଶୋବନ୍ତ ରଣଜିତ୍ ରାୟ ଟିକେଟ ଦୌଡ଼ ରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି ଏତଦ୍ ବ୍ୟତୀତ ହିନ୍ଦୋଳ ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷା ସୁଲୋଚନା ବେହେରା ମଧ୍ୟ ବିଜେପି ଟିକେଟ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ଚାଲିଛି। କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ନୂତନ ପ୍ରାର୍ଥୀ ଦିଆଯିବା ଆଶାରେ ଦୌଡ଼ ରେ ଥିବା କୈଳାସ ଚନ୍ଦ୍ର ନାଏକ, ଇଞ୍ଜିନିୟର ଗୋବର୍ଦ୍ଧନ ନାଏକ ମଧ୍ୟରୁ କେହିଜଣେ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ଢେଙ୍କାନାଳ ଜିଲ୍ଲା ର(୫୬) ସଂରକ୍ଷିତ ବିଧାନସଭା କ୍ଷେତ୍ର ହିନ୍ଦୋଳ ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଥିବାରୁ ଏହି ଅନୁସୂଚିତ ଜାତି ମାନଙ୍କ ମଧ୍ୟ ରୁ ଏକ ନିର୍ଦ୍ଦିଷ୍ଟ ଜାତି ର ପ୍ରାର୍ଥୀମାନେ ଆଜି ପର୍ଯ୍ୟନ୍ତ ବିଜୟୀ ହୋଇଥିବା ଇତିହାସକୁ ସମସ୍ତ ରାଜନୈତିକ ଦଳରେ ସେହି ନିର୍ଦିଷ୍ଟ ବର୍ଗର ପ୍ରାର୍ଥୀ ଙ୍କୁ ଅଗ୍ରାଧିକାର ଦେବାକୁ ଲାଗିପଡିଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ବ୍ଲକ ର ୩୫ ଟି ପଞ୍ଚାୟତ ହିନ୍ଦୋଳ ଏନ୍ ଏସି ର୧୬ ଟି ୱାର୍ଡ ଏବଂ ଓଡ଼ାପଡ଼ା ବ୍ଲକ ର ସମସ୍ତ ୨୮ ଟି ପଞ୍ଚାୟତ କୁ ନେଇ ଗଠିତ ଏହି ହିନ୍ଦୋଳ ବିଧାନସଭା କ୍ଷେତ୍ର ଟି ଭୁବନେଶ୍ୱର ଏକ୍ରାମ ପରେ ଦିତୀୟ ବୃହତ୍ତମ ବିଧାନସଭା କ୍ଷେତ୍ର ଯୋଗୁଁ ତିନି ପ୍ରମୁଖ ରାଜନୈତିକ ଦଳରେ ଦଳ ପ୍ରତି ଥିବା ଆନୁଗତ୍ୟ ଓ ସାଙ୍ଗଠନିକ ଅଭିଜ୍ଞତା, ଦକ୍ଷତା,ନୂଆ ମୁହଁ ଭଳି କେତେକ ଯୋଗ୍ୟତା ମାପକାଠି ମାଧ୍ୟମରେ ବିଜୟୀ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯିବାକୁ ତିନି ପ୍ରମୁଖ ରାଜନୈତିକ ଦଳରେ ମନ୍ଥନ ଚାଲିଥିବା ପ୍ରକାଶ। ଆଗାମୀ ଦିନରେ ଏହି ରାଜନୈତିକ ମନ୍ଥନରୁ ବାହାରିବାକୁ ଥିବା ଅମୃତ କାହା ଭାଗରେ ପଡିବ ତାହା ଦେଖିବାକୁ ବାକି ରହିଲା।୍