ସେନାବାହିନୀରେ ନିଯୁକ୍ତି ପାଇଥିବା 7ଜଣ ଏକଲବ୍ୟ ଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ଟୁଇନ୍ ସିଟି କମିଶନର ସଞ୍ଜୀବ ପଣ୍ଡା

ଅନିଲ କୁମାର ସାହୁ//ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନିୟୁଜ
ନରସିଂହପୁର (୨୬/୦୨/୨୦୨୪):
ଭାରତୀୟ ସେନବାହିନୀର ଅଗ୍ନିବୀର ରେ
ନିଯୁକ୍ତି ପାଇଥିବା ୭ ଜଣ ଏକଲବ୍ୟ ଛାତ୍ର ଙ୍କୁ ଟୁଇନ୍ ସିଟି କମିଶନର ସଞ୍ଜୀବ ପଣ୍ଡା ସମ୍ବର୍ଦ୍ଧିତ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ ନରସିଂହପୁରରେ ଗଢି ଉଠିଥିବା ଏକଲବ୍ୟ ଦିଫେନ୍ସ ଏକାଡେମୀ ବଡ଼ମ୍ବା -ନରସିଂହପୁର ଅଞ୍ଚଳର ଶିକ୍ଷତ ବେକାର ଯୁବକ ଯୁବତୀ ମାନଙ୍କୁ ଓଡ଼ିଶା ପୋଲିସ, ଅଗ୍ନିଶମ ଓ ସେନା ବାହିନୀ ନିଯୁକ୍ତି ନିମନ୍ତେ ନିଜକୁ କିପରି ପ୍ରସ୍ତୁତ କରିବେ କିଭଳି ସାକ୍ଷାତକାର ରେ ସଫଳ ହେବେ ସେନେଇ ମାଗଣା ଲିଖିତ ଓ ଶାରୀରିକ ପରୀକ୍ଷାର ତାଲିମ୍ ପ୍ରଦାନ କରାଯାଉଛି। ଯାହା ଫଳରେ ଏକଲବ୍ୟ ଅନୁଷ୍ଠାନ ରେ ତାଲିମ ନେଇ ପୂର୍ବରୁ ୨୭ ଜଣ ଏକଲବ୍ୟ ଛାତ୍ର ଛାତ୍ରୀ ପୋଲିସ୍ ଓ ସେନା ବାହିନୀ ରେ ନିଯୁକ୍ତି ପାଇ ସାରିଥିବା ବେଳେ ଏବେ ଆଉ ୭ ଜଣ ଅଗ୍ନିବିର ରେ ନିଯୁକ୍ତି ପାଇଛନ୍ତି। ଏହାକୁ ମିଶାଇ ଏହି ଟ୍ରେନିଂ ସ୍କୁଲ ମାଧ୍ୟମରେ ଆଜିକୁ ୩୪ ଜଣ ଛାତ୍ରଛାତ୍ରୀ ପୋଲିସ୍ ଓ ସେନା ବାହିନୀ ରେ ନିଯୁକ୍ତି ପାଇଥିବା ଏବେ ନିଯୁକ୍ତି ପାଇଥିବା କlକୁଡ଼ିଆ ଗ୍ରାମ ର ରଶ୍ମୀ ରଞ୍ଜନ ସାହୁ, ସୁନିଲ କୁମାର ଖଟୁଆ, ଫୁଲପଡ଼ା ଗ୍ରାମ ର ବିଶ୍ୱଜିତ ବେହେରା, ଭାସ୍କର ବେହେରା, ବରହ୍ମପୁରା ଗ୍ରାମ ର ଶରତ ନାୟକ, ମୂଳିଆ ପଡ଼ା ଗ୍ରାମ ରଯୁଧିଷ୍ଟିର ସାହୁ, ମଥୁରାପୁର ଗ୍ରାମ ର ରାଜେଶ ପ୍ରଧାନ ଙ୍କୁ ଭୁନେଶ୍ବରର ପୋଲିସ୍ କମିଶନର କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଟୁଇନ ସିଟି କମିଶନର ସଞ୍ଜୀବ ପଣ୍ଡା ଯୋଗଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ନିଷ୍କାମ ଉଦ୍ୟମ କେବେ ବ୍ୟର୍ଥ ଯାଏନା ବୋଲି କହିଥିଲେ।
ଏକଲବ୍ୟ ଅନୁଷ୍ଠାନ ର ସଭାପତି କୁଳମଣି ବାରିକି କାର୍ଯକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ
ଅବସର ପ୍ରାପ୍ତ ବରିଷ୍ଠ ଇଂରାଜୀ ବିଭାଗ ପ୍ରାଧ୍ୟାପକ
ଡ଼ ପ୍ରଫୁଲ୍ଲ କୁମାର ସାହୁ ସଭା ସଂଯୋଜନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ୍ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା ସ୍ୱର୍ଣ୍ଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରଭାକର ମିଶ୍ର
ବରିଷ୍ଠ ସାମ୍ବାଦିକ ସୁରେଶ କୁମାର କର ପ୍ରଶିକ୍ଷକ ଆଲୋକ କୁମାର ନାୟକ, ଗୁରୁକୃପା ଟେକ୍ନିକାଲ ସ୍କୁଲ୍ରର ଅଧକ୍ଷ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସାର୍ପ ସଂପାଦକ ବିଜୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *