ଢେଙ୍କାନାଳ: ଅନ୍ଧାରରେ ୪୦ ପାଇଲଟ ଙ୍କ ଭବିଷ୍ୟତ

ଅଙ୍କିତା ସାହୁ // ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଢେଙ୍କାନାଳ (୪/୩/୨୦୨୪) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ବ୍ଲକ ବିରାଶାଳ ସ୍ଥିତ ସରକାରୀ ବିମାନ ଉଡାଣ ପ୍ରଶିକ୍ଷଣ କେନ୍ଦ୍ର “ଗତି “ରୁ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ କରିଛନ୍ତି ପ୍ରଶିକ୍ଷଣ ନେଉଥିବା ଟ୍ରେନି ପାଇଲଟ। ପ୍ରାୟ ୪୦ ଜଣ ଟ୍ରେନି ପାଇଲଟଙ୍କ ଜୀବନ ସହିତ ଖେଳ ଖେଳା ଯାଇଥିବା ଅଭିଯୋଗ ହୋଇଛି।ସେମାନଙ୍କ ଶିକ୍ଷା ଏବେ ଆଶା ଆଶଙ୍କାରେ ରହିଛି। ତେବେ ବିରାଶାଳ ଏୟାରଷ୍ଟ୍ରିପସରେ ରହିଛି ୪ଗୋଟି ଅତ୍ୟାଧୁନିକ ଲାଟେଷ୍ଟ ମଡେଲର ଏୟାରକ୍ରାଫ୍ଟ।
ସେଥି ମଧ୍ୟରୁ ଦୁଇଟି ଏୟାରକ୍ରାଫ୍ଟ ନୂତନ ମଡେଲର ରହିଛି। କିନ୍ତୁ ଡିଜିସିଏର ଚିଠି ସମସ୍ତଙ୍କୁ ଚକିତ କରିଛି। ଯେଉଁ ଦୁଇଟି ଏୟାରକ୍ରାଫ୍ଟସରେ ଛାତ୍ରଛାତ୍ରୀ ମାନେ ଟ୍ରେନିଙ୍ଗ ନେଉଛନ୍ତି ସେହି ଏୟାରକ୍ରାଫ୍ଟ ଡିଜିସିଏଙ୍କ ଗାଇଡ଼ ଲାଇନ ଅନୁଯାୟୀ ଲାଇଟ ସ୍ପୋର୍ଟ ଏରୋପ୍ଲେନ ଅଟେ। ତେଣୁ ତାହା ପ୍ରଶିକ୍ଷଣ ନେବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ନୋଟିସ ହୋଇଛି ।ଏପରି ସ୍ଥଳେ ପ୍ରାୟ ଦୁଇ ବର୍ଷ ଧରି ଅନେକ ଟ୍ରେନି ପାଇଲଟ ଶହେ ଘଣ୍ଟାରୁ ଅଧିକ ଉଡାଣ ଭରି ସାରିଛନ୍ତି ଏବଂ ଏଥି ବାବଦକୁ ପ୍ରାୟ ୨୫ ରୁ ୪୦ ଲକ୍ଷ ଟଙ୍କା ବ୍ୟୟ ସାରିଛନ୍ତି। ଗତ ଫେବୃଆରୀ ମାସ ୨୬ ତାରିଖରେ ଡିଜିସିଏଙ୍କ ନୋଟିସ ଅନୁଯାୟୀ ଏହି ଦୁଇଟି ଏୟାରକ୍ରାଫ୍ଟରେ ଟ୍ରେନିଂ ନେବା ପାଇଁ ସମ୍ପୂର୍ଣ୍ଣ ମନା କରାଯାଇଛି।
ଯାହାଦ୍ୱାରା ସମ୍ପୃକ୍ତ ଏୟାରକ୍ରାଫ୍ଟରେ ଟ୍ରେନିଂ ନେଉଥିବା ଛାତ୍ରଛାତ୍ରୀ ମାନେ ଲାଇସେନ୍ସ ପାଇ ପାରିବେ ନାହିଁ। ଏହାକୁ ନେଇ ଏବେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଆଶା ଆଶଙ୍କାରେ ରହିଛି।ଏବେ ଟ୍ରେନି ପାଇଲଟ ମାନଙ୍କ ସମୟ ଅପଚୟ ସାଙ୍ଗକୁ ଅର୍ଥ ହାନିର ଭରଣ ପୋଷଣ କିଏ କରିବ? ଯଦି ଫେବୃଆରୀ ମାସରେ ସମ୍ପୃକ୍ତ ଏୟାରକ୍ରାଫ୍ଟକୁ ବାତିଲ କରାଗଲା, ତେବେ ଦୁଇ ବର୍ଷ ତଳେ ୟାକୁ ଅନୁମତି ଦେଲା କିଏ? କାହିଁକି ଲାଇଟ ସ୍ପୋର୍ଟ ଏରୋପ୍ଲାନକୁ “ଗତି” ଭଳି ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରେନିଂ ଦେବା ପାଇଁ ଅଣା ଯାଇଥିଲା? ଏବେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କଣ? ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗତିର ଛାତ୍ରଛାତ୍ରୀ। ତୁରନ୍ତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି ହୋଇଛି। ନ୍ୟାୟ ନମିଳିଲେ ଉଚ୍ଚ ତମ ନ୍ୟାୟାଳୟ ର ଆଶ୍ରୟ ନେବେ ବୋଲି ଦେଇଛନ୍ତି ଚେତାବନୀ ।

Leave a Reply

Your email address will not be published. Required fields are marked *