ଅସିତ୍ କୁମାର ମହାନ୍ତି//ଗଁଦିଆ ପ୍ରତିନିଧି//ସମୀକ୍ଷା ନିୟୁଜ
ଢେ଼ଙ୍କାନାଳ (୦୮/୦୩/୨୦୨୪): ମହାଶିବରାତ୍ରୀ ଜପିଳାସରେ ଓଡିଶା ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥୁବା ଭିଡ। ଲକ୍ଷ ଧିକ ଭକ୍ତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ସହ ଉଜାଗର ଜାଗର ଜାଳିଛନ୍ତି। ହର ହର ମହାଦେବ ଏବଂ ଓଁ ନମଃ ଶିବାୟ ଧ୍ଵନୀରେ କପିଳାସ ପୀଠ ପ୍ରକମ୍ପିତ ହୋଇଉଠିଛି। ସମଗ୍ର କପିଳାସ ପୀଠରେ ଶ୍ରଦ୍ଧାଳୁ ମାନେ ଦୀପ ଜାଳି ବସିଛନ୍ତି। । ଶ୍ରଦ୍ଧାଳୁମାନେ ଭୋର୍ ସମୟରୁ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଧାଡି ଲଗାଇଥୁଲେ। ପାରମ୍ପରିକ ରୀତି ନୀତି ଥିନୁଯାୟୀ ଠାକୁରଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ସ୍ନାନ ମାର୍ଜନା, ସୂର୍ଯ୍ୟପୁଜା ଓ ସକାଳଧୂପ କରାଯାଇଥୁଲା। ଏହା ପରେ ଭୋଗମଣ୍ଡପରେ ପୂଜାର୍ଚ୍ଚନା ହୋଇଥିଲା। ସେବାୟତ ମାନେ . ଶ୍ରୀଜୀଉଙ୍କର ନିତ୍ୟନୈମିତିକ ପୂଜାର୍ଚ୍ଚନା ଯଥାରୀତିରେ କରିଥିଲେ | ସୁସଜିତ ପଟୁଆରରେ ଵିଭିନ୍ନ ଆଢେଣୀ, ତରାସ ସହ ଢୋଲ,
ଟମକ, ଭେରୀ, ତୁରୀ, କାହାଳୀ ଓ ଘଣ୍ଠ ଘଣ୍ଟା ଆଦି ବିଭିନ୍ନ ପ୍ରକାର ବାଦ୍ୟ ବଜାଇ ଦେଓଗାଁ ସର ଗରୁ ପୂର୍ବାହ୍ନ ସାଢେ ୧୦ଟାରେ ନାଗଭାରକୁ କପିଳାସ ପୀଠକୁ ଆଣାଯାଇଥୁଲା। ସେବାୟତ, ପୂଜାପଣ୍ଡା, ଦେବୋଭର କର୍ମଚାରୀ ଓ ପୁଲିସ୍ ଉପସ୍ଥିତିରେ ନାଗଭାର ପୀଠରେ ପହଞ୍ଚିଥୁଲା। ଏହା ଦେଖିବା ପାଇ ଶ୍ରଦ୍ଧାଳୁଙ୍କ ଭିତରେ ବେଶ୍ ଉତ୍କଣ୍ଠା ବଢିଯାଇଥିଲା। ମନ୍ଦିରର ଉତ୍ତର ପାଶ୍ଵରେ ସଂଧ୍ଯାପରଠାରୁ ଏକ ଝାଡବୃକ୍ଷ ସ୍ଥାପନ କରାଯାଇ ଏକ ଦୀପ ପ୍ରକ୍ସଳନ କରାଯାଇଛି । ପୀଠର ଅଧିଷ୍ଠିତ ଦେବୀ ମାଂ ପାର୍ବତୀଙ୍କର ରାଜରାଜେଶ୍ଵରୀ ବେଶ ଓ ନାରାୟଣଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି। ନାଗଭାରକୁ ଦେବୋତ୍ତର କାର୍ଯ୍ୟାଳୟରେ ରଖାଯାଇଛି । ରତି ସାଢେ 3,50 ପରେ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମହାସ୍ନାନ ଓ ପବିତ୍ର ନାଗାଭରଣ ବେଶ ଅନୁଷ୍ତିତ ହେବାର କାର୍ଯ୍ୟକ୍ରମ ରହିଛି। ସଂଧ୍ଯାପରଠାରୁ ପୀଠରେ ଶ୍ରୀଜୀଉଙ୍କର ଷୋଡଶ _ ଉପଚାର ପୂଜା ଆରମ୍ଭ ହୋଇଛି। ସଂଧ୍ୟା ଆଳତୀ ` ପରେ ପ୍ରଥମ ଧୂପ ପୀଠ ପୁରୋଧା ଙ୍କ ଦ୍ବାରା କରାଯାଇଥୁଲା। ପାରମ୍ପରିକ ନୀତି ଅନୁଯାୟୀ ରାଜପରିବାର ପକ୍ଷରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥ୍ଲେ । ଏହାପରେ ପ୍ରଥମପ୍ରହର ସ୍ନାନ ଓ ଚାରିପୂଜା ପୂଜାପଣ୍ଡାଙ୍କ ଦ୍ଵାରା କରାଯାଇଥୁଲା। ଦ୍ବିତୀୟ ପ୍ରହର ସ୍ନାନ ଓ ଚାରିପୂଜା ପୀଠ ପୁରୋଧାଙ୍କ ଦ୍ଵାରା କରାଯାଇଥୁଲା। ତୃତୀୟ ପ୍ରହର ପୂଜା ଓ ସ୍ନାନପୂଜା ରାଜପୁ ରୋଧାଙ୍କ ଦ୍ଵାରା କରାଯାଇ ଚନ୍ଦ୍ରଶେଖରଜୀଉଙ୍କୁ ବରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟକୌଣସିତିଥ୍ରେ ରାତିରେ ରୁଦ୍ରାଭିଷେକ ହୁଏନାହି । କିନ୍ତୁ ମହାଶିବରାତ୍ରୀରେ ଏହି ବିଧ୍ ହୋଇଥାଏ। ରୂଦ୍ରାଭିଷେକ ପରେ ଠାକୁରଙ୍କ ମହାସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ନାଗାଉରଣ ବେଶ କରାଯିବ। ଏହାପରେ ବେଢାପୂଜା, ବେଢା ପରିକ୍ରମା କରାଯିବା ପରେ ମାହେନ୍ଦବେଳା 4, 15ମିନିଟରେ ସମୟରେ ମହାଦୀପ ଉଠିବାର ନୀତି ଧାର୍ଯ୍ୟ ହୋଇଛି। ତା ପରେ ପରେ ହରିହର ଭେଟ, ଯୋଗୀବେଶ ଅନୁଥିତ . ହେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ 72ତମ ଭଜନ ` ସମାରୋହ ମଧ୍ଯ ଆୟୋଜିତ ହୋଇଛି। ପୀଠରେ _ ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ ସମ୍ଭାଳିବା ପାଇଁ 10 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲିକ, ଏ ଡି ଏମ, ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକରସନ୍ଦୀପ ସମ୍ପଦ , ଏସ୍ଡିପିଓ , ଦେବୋଭତର ନିର୍ବାହୀ ଅଧିକାରୀ, ଗଁଦିଆ ଥାନା ଅଧିକାରୀ ସଲିଲ କୁମାର ପ୍ରଧାନ ,ଗ୍ରାମ୍ୟ
. ଜଳଯୋଗାଣ ଓ ପରିମଳ ବିଭାଗର କର୍ମକର୍ତା, ଦେବୋଭର ନୀରିକ୍ଷକ ସମେତ ବିଭାଗର କର୍ମଚାରୀ, ଜିମାଦାର ପ୍ରମୁଖ ପୀଠରେ ଉପସ୍ଥିତ ରହି ମେଳା ପରିଚାଳନା ଓ ନୀତିକାର୍ଯ୍ୟକୁ ତଦାରଖ କରୁଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ଯ କରାଯାଇଛି। ମନ୍ଦିରର ପାଦ ଦେଶରେ ଓ ପୀଠ ପରିସରରେ ଦୁଇଟି ଅସ୍କାୟୀ କଣ୍ଟ୍ରୋଲ୍ ରୁମ୍ ଖୋଲାଯଇଛି। ମନ୍ଦର ପାଦଦେଶରୁ ପୀଠକୁ ବାରବାଙ୍କ ଦେଇ ଭକ୍ତମାନଙ୍କୁ ନେବାଆଣିବାରେ ଯାନବାହନର ବ୍ୟବସ୍ଥା କରାଯାଇଥୁଲା। କପିଳାସ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତଙ୍କ ଧାଡି ଲମ୍ବିବାରେ ଲାଗିଥୁ୍ବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।