ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକଙ୍କ ବିଶାଳ ମହିଳା ସମାବେଶ

ସୁଶାନ୍ତ ପ୍ରଧାନ //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଢେଙ୍କାନାଳ, ତା-୨୧/୦୩/୨୦୨୪: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ର ଦାମାନି ପ୍ଲାଜା ଠାରେ ଆଜି ହିନ୍ଦୋଳ ବିଧାୟିକା ସିମାରାଣି ନାୟକଙ୍କ ନେତୃତ୍ବରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରେ ଦୁଇ ହଜାର ରୁ ଅଧିକ ମହିଲା ମାନଙ୍କୁ ନେଇ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ଗ୍ରାମାଞ୍ଚଳ ର ମହିଳା ମାନଙ୍କର ବିକାଶ କୁ ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଥିଲେ ବିଧାୟିକା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବହୁ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଅଛି ଏହି ଯୋଜନାରେ ସାମିଲ ଅଛନ୍ତି ଗ୍ରାମାଞ୍ଚଳ ର ମହିଳା ମାନେ ସେମାନଙ୍କ ପାଇଁ ଅନେକ ମହିଳା ଙ୍କୁ ସଶକ୍ତ ସମୃଦ୍ଧ ଓ ବିକଶିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ଏହି ସମାବେଶରେ ସେ ମହିଳା ମାନଙ୍କୁ କହିଥିଲେ ଯେ ଆଗାମି ନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ହିନ୍ଦୋଳ ବିଧାୟିକା କହିଛନ୍ତି ଏହି ସମାବେଶରେ ହିନ୍ଦୋଳ ପର୍ଯ୍ୟବେକ୍ଷକ ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସାଗରିକା ମିଶ୍ର ବିଜୁ ଜନତା ଦଳ ର କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଭୁତିଆ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ସହ ସଂଯୋଜକ ଶ୍ରୀ ସଞୟ କୁମାର ସେଠୀ ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ହିନ୍ଦୋଳ ବ୍ଲକ ର ବିଜେଡି ସଭାପତି ତଥା ବ୍ଳକ ଉପାଧ୍ୟକ୍ଷ ବରୁଣ କୁମାର ସର ଏନ୍ଏସି ଅଧ୍ୟକ୍ଷ କେଶବ ପ୍ରଧାନ ଙ୍କ ସହିତ ଅନେକ ବିଜେଡି ର କର୍ମୀ ଓ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀ ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *