ସୁନ୍ଦରଗଡ଼ରୁ ପୁନର୍ବାର ବିଜେପି ପ୍ରାର୍ଥୀ କୁସୁମ ଟେଟେ

ଅଞ୍ଜନ କୁମାର ରଣା // ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେଉଁଝର, (03/04/24): ନିର୍ବାଚନ ହାରିଲା ପରେ ମଧ୍ୟ ଘରେ ଚୁପ ହୋଇ ନ ବସି, ନିଜ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଅନେକ ପରିଶ୍ରମ ଓ ସଂଗଠନ କାର୍ଯ୍ୟ କରିବା ପରେ ମଧ୍ୟ 2019 ନିର୍ବାଚନରେ ବିଜେଡି ଦଳୀୟ ଟିକେଟ ମିଳି ନଥିଲା କୁସୁମ ଙ୍କୁ ସେ ନିରାଶ ନ ହୋଇ ବିଜେପି ରେ ସାମିଲ ହୋଇଥିଲେ ଓ ଟିକେଟ ନେଇ ସୁନ୍ଦରଗଡ଼ ବିଜେପି ପ୍ରାଥୀ ହୋଇଥିଲେ ତାଙ୍କର ପରିଶ୍ରମ ତାଙ୍କ ପାଇଁ ବରଦାନ ସାଜିଥିଲା ସେ ବିଜେଡି ପ୍ରାଥୀ ଯୋଗେଶ ସିଂ ଙ୍କୁ 7500 ଭୋଟ ରେ ପରାସ୍ତ କରିଥିଲେ, ବିଜୟୀ ହେବାର ପ୍ରଥମ ବର୍ଷରେ ହିଁ ଆସିଥିଲା ମହାମାରୀ କରୋନା, ବିଧାୟିକା ଭାବେ ନିଜ ନିର୍ବାଚନମଣ୍ଡଳୀରେ ପ୍ରବାସୀ ଓଡ଼ିଆ ମାନଙ୍କୁ 15 ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦେବା ସହ ବସ କର୍ମଚାରୀ, ଉଠା ଦୋକାନୀ, ବିଭିନ୍ନ ବର୍ଗ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ, ଦ୍ୱିତୀୟ ବର୍ଷ ସେହିପରି କରୋନା ବିଭିଷିକା ରେ ଏନଟିପିସି ମେଡିକାଲ ସମ୍ମୁଖରେ 45 ଦିନ ପର୍ଯ୍ୟନ୍ତ ରୋଗୀ ପରିଜନ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇଥିଲେ, ତାଙ୍କ ନେତୃତ୍ୱ ରେ ହେମଗିରିବାସି ପ୍ରଥମ ଥର ବିଧାନସଭା ଘେରାଉ କରି ବଲିଙ୍ଗା -ଟପରିଆ ରାସ୍ତା ପାଇଁ ହକ ହାସିଲ କରିବାରେ ସଫଳ ହୋଇଥିଲେ, ଏହା ସହ ବିଭିନ୍ନ ଦୁର୍ଗମ ଅଞ୍ଚଳର ରାସ୍ତା, ବିଭିନ୍ନ ଗ୍ରାମ କୁ ପିଇବା ପାଣି ଯୋଗାଇବାରେ ସଫଳ ହାସଲ କରିବା ସହ, ବିଭିନ୍ନ ଛକରେ ହାଇମାଷ୍ଟ ଲାଇଟ,250ଟି ଗୋଷ୍ଠୀ କେନ୍ଦ୍ର,150ଟି ଖୋଲା ମଣ୍ଡପ, ତାଙ୍କ ଉଦ୍ୟମରେ ଛଟେନପାଲି ଠାରେ ଡିଏଭି ବିଦ୍ୟାଳୟ ନିର୍ମାଣ, ତସଲାଡ଼ିହି ଠାରେ ମିନି ଷ୍ଟାଡିଅମ, କଲେଜ ବାଇପାସର ନୂତନ ରାସ୍ତା ନିର୍ମାଣ, ବିଧାୟିକା ପାଣ୍ଠି ରୁ ସରକାରୀ କଲେଜ ନବୀକରଣ, ବିଧାୟିକା ପ୍ରସ୍ତାବ ରେ ଏନଟିପିସି ପାଣ୍ଠି ରୁ ରାଜବାଟୀ ଜଗନ୍ନାଥ ମନ୍ଦିର ନବୀକରଣ, ସୁନାରୀପଡା ଭାଗବତ ମନ୍ଦିର ମଣ୍ଡପ, ପୋଷ୍ଟ ଅଫିସ ଛକରେ ନୂତନ କଲ୍ୟାଣ ମଣ୍ଡପ, ଦୟା ଧର୍ମଶାଳା ର ନବୀକରଣ, ଏମସିଏଲ ପାଣ୍ଠି ରୁ ଶଙ୍କରା ଠାରେ ସ୍ୱଳ୍ପ ଖର୍ଚ୍ଚ ରେ ସହର ରେ ରହିବା ପାଇଁ ଶୟନକକ୍ଷ, ଭଳି ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି, ଆଜି ଟିକେଟ ଘୋଷଣା ପରେ କୁସୁମ ଟେଟେ ରାଜ୍ୟ ଓ କେନ୍ଦ୍ର ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନ ରେ ସୁନ୍ଦରଗଡ଼ କୁ ସୁନ୍ଦର କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ଓ ଯାହା ବାକି ରହି ଯାଇଛି ତାହା କିଭଳି ପୂରଣ ହୋଇପାରିବ ସେ ନେଇ ଉଦ୍ୟମ ଜାରୀ ରହିବ ବୋଲି ମତ ଦେଇଛନ୍ତି

Leave a Reply

Your email address will not be published. Required fields are marked *