ପରଜଙ୍ଗ : ଆଶାୟୀ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସାମ୍ବାଦିକ ସମ୍ମିଳନୀ

ପ୍ରଶାନ୍ତ କୁମାର ସାହୁ//ସାମ୍ବାଦିକ//ସମୀକ୍ଷା ନିୟୁଜ
ପରଜଙ୍ଗ / ଢେଙ୍କାନାଳ : ଭାରତୀୟ ଜନତା ପାର୍ଟିର ଟିକେଟ ପ୍ରାପ୍ତ ଆସଇ ବିଧାୟକ ଶ୍ରୀଯୁକ୍ତ ବିଭୁତି ପ୍ରଧାନ ମହୋଦୟ ଆଜି ଏକ ସାମ୍ବାଦିକ ସମିଳନୀର ଆୟୋଜନ କରିଥିଲେl
ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବି ଯେ ପି ବିଧାୟକ ପ୍ରାଥୀ ଭାବରେ ପୁଣିଥରେ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ ଟିକେଟ ପାଇବା ପରେ ଆଜି ପରଜଙ୍ଗ ଠାରେ ଏକ ସାଧାରଣ ସାମ୍ବାଦିକ ସମିଳନୀର ଆୟୋଜନ କରିଥିଲେ ଏଥିରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଥିବା ପ୍ରାୟ ୬୦ ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ l
ଏଠାରେ ଆମେ କହି ରଖୁଛୁ ଯେ, ୨୦୦୯ ମସିହାରୁ ପରଜଙ୍ଗ ଏକ ନିର୍ବାଚନ ମଣ୍ଡଳୀ ଘୋଷଣା ହେବା ପରଠାରୁ ୩ଥର ଏବଂ ତାପୂର୍ବରୁ ପାଲ୍ଲହଡା ନିର୍ବାଚନ ମଣ୍ଡଳୀ ଥିବାବେଳେ ୨ଥର ଏମିତି ୫ଥର ଅର୍ଥାତ ୨୫ ବର୍ଷ ଧରି ଡ଼କ୍ଟର ନୃସିଂହ ଚରଣ ସାହୁ ବିଧାୟକ ରହି ଆସିଛନ୍ତି l
ଏହାସତ୍ୱେ ମଧ୍ଯ ଅଂଚଳର ବହୁତ ଗୋଡ଼ିଏ ସାଧାରଣ ସମସ୍ୟା ଦୂର ହେଇପାରିନାହିଁ . ଯାହା କୁ ନେଇ ଶ୍ରୀ ଯୁକ୍ତ ପ୍ରଧାନ ସନ୍ତୁଷ ବ୍ୟକ୍ତ କରିବା ସହିତ ପ୍ରାୟ ୧୬ ଟି ସମସ୍ୟା ର ଚାର୍ସିଟ ପ୍ରସ୍ତୁତ କରି ଭବିଷ୍ୟତରେ ବିଧାୟକ ନିର୍ବାଚିତ ହେଲେ ତାହା ପୂରଣ କରିବେ ବୁଲି ପ୍ରତିଜ୍ଞା କଲେ . ସମସ୍ୟା ଗୋଡିକ ମଦ୍ୟରୁ ପ୍ରମୁଖ ସମସ୍ୟା ହେଲା ଜଳ ସେଚନ ବ୍ୟବସ୍ଥା ,ଡାକ୍ତର ଖାନା ଓ ଡାକ୍ତରଙ୍କ ଅଭାବ , ସ୍କୁଲ ଓ ଶିକ୍ଷ୍ୟକ , ଶୀତଳ ଭଣ୍ଡାର,ଆୟୁଷ୍ମାନ ଯୁଜନା ର ଅନିୟମିତତା,ଓଠା ଜଳ ସେଚନ ଅକାମି,ବେକାରୀ ସମସ୍ୟା ,ଇନ୍ଦିରା ଆବାସ ଓ ମକୁଡିଆ ରେ ପାତରଅନ୍ତର ଇତ୍ୟାଦି l ଏଥିସହିତ ପରଜଙ୍ଗ ର ବ୍ଲୁକ ସଭାପତି ଶ୍ରୀମତି ଶର୍ମିଷ୍ଠା ଦଳବେହେରା ମଧ୍ଯ କିଛି ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *