ରାଞ୍ଚି; ଝାଡ଼ଖଣ୍ଡରେ ଆଜିଠୁ ‘ଚମ୍ପାଇ ରାଜ୍’ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଏମଏମ ସାଇସ୍ ପ୍ରେସିଡେଣ୍ଟ ଚମ୍ପାଇ ସୋରେନ । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରୀଷ୍ଣନ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ସେହିପରି ଆଲାମ୍ ଗିରି ଆଲାମ୍ ଓ ସତ୍ୟାନ୍ଦନ ଭୋକ୍ତା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଝାଡ଼ଖଣ୍ଡ ଟାଇଗଲ ରୂପେ ପରିଚିତ ଚମ୍ପାଇ ସୋରେନ୍ ଜେଏମଏମ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଶୀର୍ବାଦ ନେବା ପରେ ମେଣ୍ଟ ବିଧାୟକଙ୍କ ସହିତ ରାଜଭବନରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳ ସି.ପି ରାଧାକ୍ରୀଷ୍ଣନ ଚମ୍ପାଇଙ୍କୁ ଝାଡ଼ଖଣ୍ଡର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ତାଙ୍କ ସହିତ ୨ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ସେମାନେ ହେଲେ ଆଲାମ୍ ଗିରି ଆଲାମ୍ ଓ ସତ୍ୟାନ୍ଦନ ଭୋକ୍ତା । ତେବେ ନୂଆ ସରକାରଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଦେଖାଇବାକୁ ପଡିବ । ଶୀଘ୍ର ଫ୍ଲୋର୍ ହେବ ବୋଲି କୁହାଯାଉଛି । ମାତ୍ରଏହା ପୂର୍ବରୁ ଘୋଡା ବେପାର ଆଶଙ୍କା ରହିଥିବାରୁ ସମସ୍ତ ମେଣ୍ଟ ବିଧାୟକ ହାଇଦ୍ରାବାଦ ଯିବା ପାଇଁ ବ୍ୟବସ୍ଥା ହୋଇଛି ।
ସୁପ୍ରିମକୋର୍ଟରେ ହେମନ୍ତଙ୍କ ଚ୍ୟାଲେଞ୍ଜ ଆବେଦନ ଖାରଜ୍; ହାଇକୋର୍ଟ ଯିବାକୁ ପରାମର୍ଶ
ଜମି ଦୁର୍ନୀତି ସମ୍ପର୍କୀତ ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗରିଫ କରିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ଛକାପଞ୍ଝା ସହିତ ହାଇଡ୍ରାମା ଲାଗି ରହିଥିଲା । କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ଜେଏମଏମ ବରିଷ୍ଠ ନେତା ଚମ୍ପାଇ ଝାଡ଼ଖଣ୍ଡ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି