ଶୁଶାନ୍ତ ପ୍ରଧାନ।। ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନିୟୁଜ୍ ଢେଙ୍କାନାଳ ଜିଲ୍ଲା।।ତାରିଖ -୧୪-୦୪-୨୦୨୪
ଆସନ୍ତା ସାଧାରଣ ନିର୍ବାଚନରେ ଦିତୀୟ ପର୍ଯ୍ୟାୟ ରେ ହେବାକୁ ଥିବା ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ସାତ ଟି ନିର୍ବାଚନ ମଣ୍ଡଳୀର ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ଆସନ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବରେ ବେଶ୍ ପରିଚିତ।ସୀମା ଓ ଭୋଟର୍ ସଂଖ୍ୟା ଦୃଷ୍ଟି ରୁ ରାଜ୍ୟର ଏକ୍ରାମ ନିର୍ବାଚନ ମଣ୍ଡଳୀ ପରେ ଦିତୀୟ ବୃହତ୍ତମ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଭାବରେ ତଥ୍ୟ ଅନୁଯାୟୀ ଗଣନା କରାଯାଏ। କଳକାରଖାନା ରେ ଆଚ୍ଛାଦିତ ଏହି ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସରକାର ରେକର୍ଡ଼ ସଂଖ୍ୟକ ରାଜସ୍ୱ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।ବିଗତ ୨୫ ବର୍ଷ ଧରି କ୍ରମାଗତ ଭାବରେ ଏଠାରୁ ବିଜୁ ଜନତାଦଳ ରୁ ଅଞ୍ଜଳି ବେହେରା ତିନି ଥର ଏବଂ ସୀମାରାଣୀ ନାୟକ ଦୁଇ ଥର ବିଜେଡି ଦଳରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିବା ବେଳେ ଏଠାରେ ହାତୀ ଆକ୍ରମଣରେ ସାଧାରଣ ଜନତାଙ୍କ ପ୍ରାଣହାନି,ଚାଷ ନଷ୍ଟ, ବେକାରୀ ସମସ୍ୟା,ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ର ସ୍ଥାୟୀ ସମାଧାନ ଅଦ୍ୟାବଧି ହୋଇ ପାରି ନଥିବା କାରଣରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଏକ ପରିବର୍ତ୍ତନ ର ସ୍ୱର ଭୋଟର ମାନଙ୍କ ମନରେ ଥିବା ଜଣାପଡ଼ିଛି। ତେଣୁ ଏହି ସୁଯୋଗ କୁ ହାତେଇ ଦେଶରେ ବହୁଥିବା ବିଜେପି ର ମୋଦୀ ହାୱା ମାଧ୍ୟମରେ ବିଜେପି ଏହି ଆସନକୁ ନିଜ ଦଖଲକୁ ଆଣିବାକୁ ଚଳାଇଛି ଯୋରଦାର୍ ପ୍ରୟାସ । ତେଣୁ ରାଜ୍ୟ ବିଜେପି ଦଳ ତରଫରୁ ଘୋଷଣା କରାଯାଇଥିବା ବିଧାନସଭା ପ୍ରାର୍ଥୀ ତାଲିକା ମଧ୍ୟରେ ହିନ୍ଦୋଳ ବିଧାନସଭା କ୍ଷେତ୍ର ଟି ଘୋଷଣା ହୋଇ ନଥିବାରୁ ଆଶାୟୀ ବିଧାୟକ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଟିକେଟ୍ ଲବି କରୁଥିବା ସମସ୍ତ ଆଶାୟୀ ବିଧାୟକ ପ୍ରାର୍ଥୀ ମାନଙ୍କ ମଧ୍ୟରେ ବିଜେପି ର ତୃଣମୂଳ ସ୍ତରରୁ ସଂଗଠନ କରି ଆସିଥିବା ବିଜେପି ର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଯଶୋବନ୍ତ ରଣଜିତ୍ ରାୟ ନିର୍ବାଚନ ପ୍ରଚାର ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ବିଜେପି ର ଆଶାୟୀ ବିଧାୟକ ପ୍ରାର୍ଥୀ ମାନଙ୍କ ମଧ୍ୟରେ ସଜବାଜ ହିନ୍ଦୋଳ ବିଧାନସଭା କ୍ଷେତ୍ର କୁ ଦଖଲ କରିବା ପାଇଁ କେତେ ସହାୟକ ହେବ ତାହା ଦେଖିବାକୁ ବାକି ରହିଲା।।