କେନ୍ଦୁଝର : ରାଜନଗରରେ ମାଅନ୍ଧାରୀଙ୍କ ଚଇତି ପୂଜା ମହାଆଡମ୍ବରରେ ଆରମ୍ଭ

ଅଞ୍ଜନ କୁମାର ରଣା// ସ୍ୱତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୁଜ
କେନ୍ଦୁଝର (14/04/24) : ମା’ ଅନ୍ଧାରୀ କରୁଣାମୟୀ | ତାଙ୍କର ଆଶିଷରେ ଭକ୍ତ ହୁଏ ବଳଶାଳୀ | କେନ୍ଦୁଝର ଜିଲ୍ଲାର ବ୍ଲକମାନଙ୍କରେ ମା’ଅନ୍ଧାରୀ ପୂଜାଆରଧନା ମହାଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି | ବିଶେଷ କରି ରାଜନଗର ଗ୍ରାମ ଠାରେ ଥିବା ମା’ଙ୍କ ଆସ୍ଥାନରେରାଜା ଙ୍କ ସମୟ ରୁ ପାଞ୍ଚ ସହ ବର୍ଷ ତଳୁ ପାରମ୍ପରିକ ରୀତିନୀତି ଅନୁସାରେ ମହାଆନନ୍ଦ, ଉଲ୍ଲାସରେ ମନରେ ଶୁଦ୍ଧପୂତ ଭକ୍ତିଭାବ ନେଇ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଆସୁଛନ୍ତି | ବିଶ୍ବାସ ରହିଛି , ଭକ୍ତବୃନ୍ଦ ଭକ୍ତିବାବରେ ମା’ଙ୍କୁ ଆରଧନା କଲେ, ମା’ କରୁଣାବର୍ଷା କରିଥାନ୍ତି | ଏହିଠାରୁ ଦେହୁରୀ, ଦାସୀ ଓ ଭକ୍ତବୃନ୍ଦ ସ୍ଥାନୀୟ ପୁଣ୍ୟ ତୟା ବୈତରଣୀ ନଦୀ କୁ ସକାଳ ସମୟରେ ଯାଇ ମା’ଙ୍କ ନିମନ୍ତେ ଘଟ ଉତ୍ତୋଳନ କରିଥାନ୍ତି | ସେଠାରୁ ଦେହୁରୀ, ଦାସୀ ଓ ଶ୍ରଦ୍ଧାଳୁମାନେ ମୁଣ୍ଡରେ ଘଟନେଇ ଗ୍ରାମ ପରିକ୍ରମା କରି ନିଜ ଆସ୍ଥାନକୁ ଆସିଥାନ୍ତି | ଏହି ସମୟରେ ମା’ଙ୍କୁ ଭକ୍ତି ସହକାରେ ସିନ୍ଦୁର, ଅରୁଆ ଚାଉଳ, ଗୁଆ, ନଡିଆ, କଦଳୀ, ଲଡୁ, ଅବା କିଏ ମାନସିକ ରଖିଥିବା ମାଙ୍କ ଠାରେ ସମର୍ପଣ କରନ୍ତି | ବିଶ୍ବାସ ରହିଛି ଯେ ମା’ ଭକ୍ତର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚମତ୍କାର କରିଥାନ୍ତି | ପରେ ଆସ୍ଥାନରେ ପହଞ୍ଚିଲା ପରେ ଘଟ ସ୍ଥାପନା କରାଯାଇ ବିଧିପୂର୍ବକ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ଭକ୍ତମାନେ ମାନଙ୍କର ନୈବେଦ୍ୟକୁ ମା’ଙ୍କ ଠାରେ ସମର୍ପଣ କରାଯାଇଥାଏ | ମା’ ଅନ୍ଧାରୀ ଙ୍କ ପୂଜା ଆରଧନା ପାଇଁ ସ୍ଥାନୀୟ ଅଞ୍ଚଳରେ ଭକ୍ତମାନଙ୍କର ଅହେତୁକ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳେ,,,ଆଜି ପ୍ରଥମ ଦିନରେ ମାଙ୍କ ପଣା ଭକ୍ତ ମାନଙ୍କୁ ବଣ୍ଟନ କାରା ଯାଉ ଥିବା ବେଳେ ଅନେକ ଭକ୍ତ ଏହାର ଉପଭୋଗ କରୁ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଦିନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ବ୍ୟବସ୍ତା କରା ଯାଇ ଥାଏ,,, କେନ୍ଦୁଝର ତଥା ବିଭିନ୍ନ ଜିଲାରୁ ଭକ୍ତ ମାନେ ଆସି ଅତି ଆନନ୍ଦର ସହିତ ସୁନା ବେଶ ଦର୍ଶନ କରି ମାଙ୍କ ଆଶୀର୍ବାଦ ଲାଭ କରି ଥାନ୍ତି,,

Leave a Reply

Your email address will not be published. Required fields are marked *