ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ବାବା ସାହେବ ଡ ଭିମରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ

ସନ୍ତୋଷ ପଟ୍ଟନାୟକ//ସାମ୍ବାଦିକ / ସମୀକ୍ଷା ନିୟୁଜ ଜିଲ୍ଲା
ଟିଟିଲାଗଡ : ଏପ୍ରିଲ ୧୪ ତାରିଖକୁ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜିଲ୍ଲା ସଙ୍ଗଠକ ଥବିର ପୁଝାରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ଭବନ ଠାରେ ପହଞ୍ଚିଥିଲା। ଏହି ଅବସରରେ ବାବା ସାହେବ ଆମ୍ବେଦକରଙ୍କ ବିଷୟରେ ସମସ୍ତ ଅତିଥି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଶ୍ରୀମତି ବନଲତା ମାଝି, ମୁଖ୍ୟ ବକ୍ତା ଭାବେ ଶ୍ରୀ ହେମେନ୍ଦ୍ର ନାଥ ହାଁସଦା, ସମ୍ମାନୀତ ଅତିଥି ଭାବେ ଟିଟିଲାଗଡ ବ୍ଲକ ସଭାପତି ପଦ୍ମନ ପ୍ରଧାନି, ସଇଁତଳା ବ୍ଲକ ସଭାପତି ସନ୍ତୋଷ ପୁଟା, ଗୁଡ଼ଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନି, ମୂରିବାହାଲ ବ୍ଲକ ନାରୀ ନେତ୍ରୀ ପତରଙ୍ଗି ମାଝି, ତୁରେକେଲା ବ୍ଲକର ନାରି ନେତ୍ରୀ ଭୂମିଶୁତା ସାମରତ, ଲୁହା ପ୍ରଗଣା ସଭାପତି ଚୈତନ୍ୟ ମାଝି, ଟିଟିଲାଗଡ ନଗର ସଭାପତି ନିତ୍ୟାନନ୍ଦ ମାଝି, ଟିଟିଲାଗଡ ବ୍ଲକ ଉପସଭାପତି ଇନ୍ଦ୍ର ମଣି ମାଝି, ପୃଥ୍ବୀ ରାଜ ମାଝି, ଟିଟିଲାଗଡ ବ୍ଲକ ସମ୍ପାଦକ ଘାସିରାମ ମାଝି, ସହ ସମ୍ପାଦକ ସୁନୀଲ ମାଝି, ମୁରିବାହାଲ ବ୍ଲକ ସମ୍ପାଦକ ଭୁବନ ମାଝିଙ୍କ ସମେତ ଅନ୍ୟାନ୍ୟ ବହୁ ଅଞ୍ଚଳରୁ ସଙ୍ଘର ନେତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *