ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସ କୋର୍ଟ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନିୟୁଜ
କେନ୍ଦୁଝର: ୨୦୨୨ ମସିହା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜର୍ଜ ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଶିଶିର ଡାଙ୍ଗୁଆକୁ ୨୦ ବର୍ଷ ଜେଲ ସହ ୧୦ ହଜାର ଜରିମନା ଆଦେଶ ଦେଇଛନ୍ତି। ୧୧ଜଣ ସାକ୍ଷୀ ଙ୍କର ବୟାନ ଭିତିରେ ଏହି ଦଣ୍ଡ ହୋଇଥିବା ପୋକ୍ସ କୋର୍ଟ ର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ଏଥି ସହିତ ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ କୋର୍ଟ ସୁପାରିଶ କରିଛନ୍ତି। ଘଟଣା ଥିଲା ନାବାଳିକା ଝିଅ ବାପା ମା ର ମୃତ୍ୟୁ ପରେ ସମ୍ପର୍କୀୟ ମାନେ ଝିଅ ଟିକୁ ଘରୁ ବାହାର କରି ଦେଇଥିଲେ। ପରେ ନାବାଳିକା ଜଣକ ପଞ୍ଚାୟତ ର ଏକ ପରିତ୍ୟକ୍ତ ଘରେ ରହୁଥିଲା। ସ୍ଥାନୀୟ ଅଞ୍ଚଳ ର ଯୁବକ ନାବାଳିକା ଏକା ରହୁଥିବା ସୁଯୋଗ ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା। ପରେ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ସଖୀ ଗୃହକୁ କୁ ଖବର ଦେଇଥିଲେ। ନାବାଳିକା କୁ ଉଦ୍ଧାର କରି ଟାଉନ ଥାନା ରେ ଏକ ମାମଲା ରୁଜୁ ହୋଇଥିଲା

Leave a Reply

Your email address will not be published. Required fields are marked *