ପ୍ରଶାନ୍ତ କୁମାର ସାହୁ//ସାମ୍ବାଦିକ //ସମୀକ୍ଷା ନିୟୁଜ
ଢେଙ୍କାନାଳ /ପରଜଙ୍ଗ, (୨୨-୦୪-୨୪): ପୁଣିଥରେ ଦେଖିବକୁ ମିଲିଛି ବଧୁ ହତ୍ୟା ପରି ଏକ ଘୁନ୍ୟ କର୍ଜ୍ୟ ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରରେ। ହତ୍ୟା କରି କବାଟରେ ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ମଞ୍ଜୁଲତା ପ୍ରଧାନ। ମଞ୍ଜୁଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା କହିଛନ୍ତି ବାପଘର ଲୋକେ। ଆଜି ତାଙ୍କର ମୃତ ଦେହ ଘର କବାଟରେ ଝୁଲୁଥିବାର ଦେଖିବାକୁ ମିଳିଛି। ତେବେ ମଞ୍ଜୁଲତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।ତେବେ ମଞ୍ଜୁଲତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନ ଏବଂ ତାଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ଗତ ବର୍ଷେ ତଳେ ମଞ୍ଜୁଲତାଙ୍କ ପୁଅ ଆତ୍ମହତ୍ୟା କରିଥିଲେ।ଆଜି ସେ ନିଜେ ପ୍ରାଣ ହରାଇ ଛନ୍ତି। ଏ ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।