ଦୁର୍ଗା ପ୍ରସାଦ ଦାଶ// ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି// ସମୀକ୍ଷା ନ୍ୟୁଜ
ଖୋର୍ଦ୍ଧା, ୨୩/୪/୨୪ : ଟାଙ୍ଗୀ ଅବକାରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 5
ଲକ୍ଷାରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
।ଦୁଇ ଅଭିଯୁକ୍ତଙ୍କ ସହ ୫୫ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗାର ର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ରେ ଚଢ଼ାଉ କରି ରଣପୁର ଥାନା କନ୍ଧନୟାଗଡ଼ ଗ୍ରାମର ଜିତେନ୍ଦ୍ର ଖମାରି ଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୋଲିସ.. ଏହା ସହ ଟାଙ୍ଗି ଓଭର ବ୍ରିଜ ତଳେ ଚଢ଼ାଉ କରି କନ୍ଧ ନୟାଗଡ଼ ଗ୍ରାମର ଦିପୁ କାଳସି ଠାରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।
ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ଅବକାରୀ ପୋଲିସ…ତେବେ ଚଢ଼ାଉ ସମୟରେ ଦୁଇ ଜଣ ଯୁବକ ଉକ୍ତ ଅଞ୍ଚଳରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା । ଏହି ଚଢ଼ାଉ ରେ ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ନାରାୟଣ ଜେନା , ବାଲୁଗାଁ ଅବକାରୀ ଅଧିକାରୀ ସ୍ମିତା ପଣ୍ଡା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ।