ମୁରଲୀଧର ସାହୁ //ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ସୋନପୁର, 28/04/2024: ସୋନପୁର -ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତିୟ ରାଜପଥର ହରଡୋଖୋଳ ଠାରେ ଯାତ୍ରୀ ବାହି ବସ ଦୁର୍ଘଟଣା ଗସ୍ତ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଗତ ବିଳମ୍ବୀତ ରାତ୍ରୀରେ ପ୍ରଧାନ ନାମକ ଏକ ଘରୋଇ ବସ ଜୟପୁରରୁ କଟକ କୁ ଯାଉଥିବା ବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପିଟି ଥିଲା । ଫଳରେ ଚାପି ହୋଇ ଘଟଣା ସ୍ଥଳରେ ଡ୍ରାଇଭର ଡମ୍ବରୁ ଧର ସ୍ୱାଇଁ ଓ ହେଲପର ଶିବରାମ ଗଉଡଙ୍କ ମୃତ୍ୟୁ ହୋଇଥିଲା । ସ୍ୱାଧିନ ଗଉଡ ଗୁରୁତର ଆହାତ ହୋଇଥିବାବେଲେ ଟାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।