ଚମ୍ପୁଆରୁ ମୁରଲୀଙ୍କୁ ବିଜେପି ଟିକେଟ: କାର୍ଯ୍ୟାଳୟରେ ଖୁସିର ଲହରୀ,ବାଣ ଫୁଟାଇ ମିଠା ବାଣ୍ଟିଲେ କର୍ମୀ

ପ୍ରମୋଦ କୁମାର ମହାନ୍ତ//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ବିଧାନ ସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ନାମ ପ୍ରକାଶ ପାଇବା ପରେ ବିଜେପି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଯୋଡ଼ା, ବଡବିଲ ଓ ଚାମ୍ପୁଆ ରେ ପାର୍ଟିର କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ପ୍ରତେକ କାର୍ଯ୍ୟାଳୟ ସମ୍ମୁଖରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଥିଲେ। ଶନିବାର ୨୭ତାରିଖ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଙ୍କ ଟିକେଟ ଫାଇନାଲ ହେବା ପରେ ଯୋଡ଼ା, ବଡବିଲ ଓ ଚମ୍ପୁଆ ଅଞ୍ଚଳର କାର୍ଯ୍ୟଳୟ ଗୁଡ଼ିକ ସମ୍ମୁଖରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମାନାଇଥିଲେ, ମୁରଲୀ ଶର୍ମା ଜିନ୍ଦାବାଦ, ଏବକି ବାର ୪୦୦ପାର, ଏଥର ବିଜେପି, ଜିତିବରେ ଜିତିବ ମୁରଲୀ ଶର୍ମା ଜିତିବ ଏମିତି ସ୍ଲୋଗାନ ଦେଇ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଜନ୍ମାଇଥିଲେ।

Leave a Reply

Your email address will not be published. Required fields are marked *