ଅପୂର୍ବ ଥଣ୍ଡର//ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ
ମାଲକାନଗିରି,୨୯/୦୪/୨୪ : ଆଜି ମାଲକାନଗିରି ଜିଲ୍ଲାରେ ପ୍ରଚାର କରିବାକୁ ଆସିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରି ଜିଲ୍ଲା କାଲିମେଳାରୁ ଆଜିର ପ୍ରଚାର ଆରମ୍ଭ କରି ବିଜେଡିକୁ ଅଧିକ ସଶକ୍ତ କରି ବିକାଶର ଚିନ୍ହ ଶଙ୍ଖରେ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର କରିଥିବା ବିକାଶ ମୂଳକ କାଯ୍ୟ ବାବଦରେ ଆଲୋଚନା କରିଥିଲେ। କାର୍ତ୍ତିକ ପାଣ୍ଡିଆ କହିଥିଲେ , ଓଡିଶାର ମାଲକାନଗିରିରେ ବିଜେଡି ସରକାରଙ୍କ ଲୋକଙ୍କ ପ୍ରତି ଆଶୀର୍ବାଦ ରହିଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇ ଭଉଣୀଙ୍କୁ ନିଜ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ନୁହେଁ, ନବୀନ ଇଞ୍ଜିନ କାମ କରୁଛି । ଏବେ ମାଓ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଶାନ୍ତି ଫେରିଛି। ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରିର କାଲିମେଳା ଗସ୍ତରେ ଯାଇ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି ୫ଟି ଅଧ୍ୟକ୍ଷ।
ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଅଞ୍ଚଳରୁ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବୀମା କାର୍ଡ, ଐତିହାସିକ ଲକ୍ଷ୍ମୀ ବସ ଯୋଜନା ଭଳି ଅନେକ ବଡ଼ ବଡ଼ ଯୋଜନା ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ବାସୀଙ୍କୁ କେତେ ଭଲ ପାଉଛନ୍ତି ତାହାର ପ୍ରମାଣ ଦେଇଛନ୍ତି।