ସନ୍ତୋଷ କୁମାର ପଟ୍ଟନାୟକଙ୍କ/ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍
ଟିଟିଲାଗଡ଼,୦୨/୫/୨୦୨୪ : ଟିଟିଲାଗଡ଼ ସିଟି ସ୍କୁଲ ଖେଳ ପଡିଆକୁ ହେଲିକପ୍ଟର ଯୋଗେ ନବିନ ପଟ୍ଟନାୟକ ଆସି ଓହ୍ଲାଇବା ପରେ ବିଜୁ ଜନତା ଦଳର ନେତା କର୍ମୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ଭିତରକୁ ପ୍ରବେଶ କରିଥିବାଲା। ଆଗରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛରେ ଶ୍ରୀମତୀ ଟୁକୁନି ସାହୁ ଓ ସୁରେନ୍ଦ୍ର ସିଂ ଭୋଇ ଓପନ ଜିପରେ ଛିଡା ହୋଇ ଲୋକଙ୍କୁ ହାତ ଯୋଡ଼ି ଛିଡା ହୋଇଥିବା ଲୋକଙ୍କୁ ନମସ୍କାର କରି କୃତଜ୍ଞତା ଜ୍ଞାପନ କରିଥିଲେ। ଥାନା ଛକରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ନାମାଙ୍କନ ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ଅବସରରେ ବିଭିନ୍ନ ଛକ ମାନଙ୍କରେ ଲୋକେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ସିଟି ସ୍କୁଲ ଖେଳ ପଡିଆ ଠାରୁ ସହରର ଚାରିଆଡ଼େ ପୋଲିସ ଛାଉଣୀ କରାଯାଇଥିଲା। ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭୦-କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳର ଦଳର ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜର ପ୍ରାର୍ଥୀ ପତ୍ର ରିଟର୍ନିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ପାଖରେ ଦାଖଲ କରିଥିବା ବେଳେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀମତି ଟୁକୁନି ସାହୁ ରିଟର୍ଣିଂ ଅଧିକାରୀଙ୍କ ଉପ ଜିଲ୍ଲାପାଳ ରେହାନ ଖେତ୍ରୀ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ବିଜେଡି ଦଳର ନେତା ଶ୍ରୀଯୁକ୍ତ ଏ ୟୁ ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ପ୍ରଣବ ବଳବନ୍ତ ରାୟ, ଆୟୁବ ଖାଁ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ, ଭୁପିନ୍ଦର ସିଂ, ଅଜୟ ଦାସଙ୍କ ସମେତ ଅନ୍ୟାନ୍ୟ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ,ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ। ,