ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଙ୍କ ମାଲକାନଗିରିରେ ନିର୍ବାଚନୀ ପ୍ରଚାର

ଅପୂର୍ବ ଥଣ୍ଡର//ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନିୟୁଜ
ମାଲକାନଗିରି,୦୯/୦୫/୨୪: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଙ୍କ ମାଲକାନଗିରି ରେ ମାରାଥନ ପ୍ରଚାର କରି ବିଜେପି ଦଳ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
ମାଲକାନଗିରି ନିର୍ବାଚନ ମଣ୍ଡଳୀର ଏମପିଭି-୮୨ ଠାରେ ବିଜେପିର ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହେମିନ୍ତ ବିଶ୍ୱଶର୍ମା ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି।ରାଜ୍ୟ ସରକାର ବଙ୍ଗୀୟ ଭାଇଭଉଣୀ ମାନଙ୍କ ପାଇଁ ୨୫ ବର୍ଷ ରେ କିଛି କରିପାରିଲେ ନାହିଁ।ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ବଙ୍ଗାଳି ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ବଙ୍ଗୀୟ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ।ବିଧବା ମହିଳାଙ୍କୁ ୩ ହଜାର ପେନସନ ଦିଆଯିବ।ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଫିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟି ଲୋକଙ୍କୁ ପାଇଁ କିଛି କରିନାହାନ୍ତି, ବରଂ ସେ କେବଳ ପାଣ୍ଡିଆନ ପାଇଁ ସବୁ କରିଛନ୍ତି ବୋଲି କହିଥିଲେ।ପୁଣି ଏହା କିପରି କଥା ଯେ ବଙ୍ଗୀୟ ଗ୍ରାମ ଗୁଡିକ ଏମଭି ଓ ଏମପିଭି ସହ ନମ୍ବର ଦିଆଯାଇଛି।ନମ୍ବର କୈଦିମାନଙ୍କୁ ଦିଆଯାଏ।ଏମାନେ କଣ କୈଦି କି ବୋଲି ପ୍ରଶ୍ନ କରିଥିଲେ।ପରେ ସେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ମଧ୍ୟ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଗୋଟିଏ ଜାଗାରେ ବଙ୍ଗୀୟ ଭୋଟରଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଏକ ସ୍ଥାନରେ ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିଥିଲେ।ଏହି ଦୁଇ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ,ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି,ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ,ସଞ୍ଜୟ ସରକାର,ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଚିତ୍ରକୋଣ୍ଡା ବିଧାନସଭା ଆସନ ପ୍ରାର୍ଥୀ ଡମ୍ବରୁ ସୀସା ଙ୍କ ପାଇଁ ମାଥିଲି ଠାରେ ମଧ୍ୟ ଆୟୋଜିତ ସାଧରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରି ବିଜେଡି ସରକାର ଙ୍କ ଉପରେ ଗର୍ଜିଥିଲେ।

Leave a Reply

Your email address will not be published. Required fields are marked *