ଉଦଳା : ନିଶାସକ୍ତ ଲକ୍ଷ୍ମୀ ବସ ଚାଳକକୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଉଦଳା, 12/05/2024: ରାଜ୍ୟ ସରକାରଙ୍କ ଦ୍ଵାରା ନିୟୋଜିତ ହୋଇଥିବା ଲକ୍ଷ୍ମୀ ବସ୍ ର ଚାଳକ ନିଶାସକ୍ତ ହୋଇ ଭିଆଇଲେ ଉନ୍ମକ୍ତ କାଣ୍ଡ । ଲକ୍ଷ୍ମୀ ବସ୍ ଚଢାଇ ମାରି ଦେବାକୁ ଦେଲେ ଧମକ । ଶେଷରେ ଗ୍ରାମବାସୀଙ୍କ ଦ୍ଵାରା ଅଟକ୍ ହୋଇ ଗଲେ ଥାନାକୁ । ଏଭଳି ଘଟଣା ଘଟିଛି ଉଦଳା ବ୍ଲକ୍ ଅନ୍ତର୍ଗତ ଉର୍ମଳ ଗ୍ରାମରେ । ଦୁଇଦିନ ଧରି ଉର୍ମଳ ଗ୍ରାମରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାକୁ ନେଇ ଗ୍ରାମବାସୀ ମାନେ ରାସ୍ତା ରୋକ କରିଥିବା ବେଳେ ସେହି ରାସ୍ତାଦେଇ ଯାତାୟାତ କରୁଥିବା ଲକ୍ଷ୍ମୀ ବସ୍କୁ ଛାଡି ନ ଥିଲେ ଗ୍ରାମବାସୀ । ଲକ୍ଷ୍ମୀ ବସ୍ ଚାଳକ ବିଜୟ ସିଂ ବସରୁ ତଳକୁ ଆସି ରାସ୍ତା ଅବରୋଧ କରିଥିବା ଗ୍ରାମବାସୀଙ୍କୁ ଅବରୋଧ ନ ହୋଟାଇଲେ ବସ୍ ଚଢାଇ ଦେବାର ଧମକ ଦେଇଥିଲେ । ସ୍ଥାନୀୟ ଲୋକମାନେ ଡ୍ରାଇଭରକୁ ଅଟକ୍ ରଖି ଉଦଳା ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚାଳକକୁ ଥାନାକୁ ନେବା ସହିତ ଆଲକହଲ ଯାଞ୍ଚ୍ କରା ଯାଇଛି । ଏସମ୍ପର୍କରେ ଲକ୍ଷ୍ମୀ ବସ୍ ର ସୁପର ଭାଇଜରଙ୍କୁ ଯୋଗାଯୋଗ କରିବାରୁ ନିଶାସକ୍ତ ହୋଇ ବସ୍ ଚଳାଉଥିବା ପ୍ରମାଣିତ ହେଲେ ଚାକିରି ରୁ ବିଦା ହେବେ ବୋଲି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *