ପ୍ରଭାତ କୁମାର ସାହୁ /ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର,18/05/2024: ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଦେଇ ଯାଇ ଥିବା ଜାତୀୟ ରାଜପଥ 49 ତାରିଣୀ ଢ଼ାବା ନିକଟରେ ଘଟି ଯାଇଛି ଏହି ଦୁର୍ଘଟଣା l ଏହି ଦୁର୍ଘଟଣା ଏତେ ଭୟା ଭିତ ହୋଇଛି ତାର ଭିଡ଼ିଓ ମଧ୍ୟ ଆପଣଙ୍କୁ ଦେଖେଇ ହେବ ନାହିଁ l ସୂଚନା ଅନୁସାରେ ଆଜି ରାତି ସାଢେ ଆଠ ଟା ସମୟରେ ପରମେଶ୍ୱର ନାୟକ ବୋଲି ଜଣେ ଯୁବକ କେନ୍ଦୁଝର ପଟୁ ଆସି ତାଙ୍କ ଗାଁ ତୁରୁମୁଙ୍ଗା ପଂଚାୟତ ର ହାତିବାରୀକୁ ରାସ୍ତା ପାର କରୁ ଥିବା ସମୟରେ କୌଣସି ଅଜଣା ଟ୍ରକ ପ୍ରଥମେ ଧକ୍କା ଦେଇ ଥିଲା ତାପରେ ଘଟଣା ଦେଖିଲେ ଆପଣ ମାନେ ମଧ୍ୟ ଚକିତ ହେବେ କାରଣ ତାଙ୍କର ମୃତ ଦେହ ସମ୍ପୂର୍ଣ ଭାବରେ ରାସ୍ତା ସହିତ ମିଶି ଯାଇଛି l ସେଇଠୁ ଅନୁମାନ କରା ଯାଉଛି ଏକା ଧିକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିବା ଅନୁମାନ କରା ଯାଉଛି l ତାରିଣୀ ଢ଼ାବା ନିକଟରେ ଏକ ଟ୍ରାନ୍ସପୋର୍ଟ ଅଫିସ ଥିବରୁ ଏକାଧିକ ଟ୍ରକ ଯିବା ଆସିବା ସହିତ ଟ୍ରାନ୍ସପୋର୍ଟ ଅଫିସ ର ଅନେକ ଗାଡି ଯାଉ ଥିବରୁ ସବୁବେଳେ ଧୂଳି ଧୂଆଁ ରେ ରାସ୍ତା ହୋଇ ଥିବାରୁ ସ୍ପଷ୍ଟ ଭାବେ ଦେଖା ନ ଯାଉ ଥିବା ଲୋକ ମାନେ ଅଭିଯୋଗ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି l ଫଳରେ ଜାତୀୟ ରାଜପଥରେ ଅନେକ ଗାଡି ଛିଡା ହେବାର ଦୃଶ୍ୟ ଦେଖି ବାକୁ ମିଳିଛି l ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଂଚି ଲୋକ ମାନଙ୍କୁ ବୁଝେଇ ବାକୁ ଚେଷ୍ଟା କରୁଛି l