ସୋନପୁର : ମୃତ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଅନ୍ତିମ ସଂସ୍କାର କଲେ ସମାଜସେବୀ

ମୁରଲୀଧର ସାହୁ//ଜିଲ୍ଲା ପ୍ରତିନିଧି//ସମୀକ୍ଷା ନ୍ୟୁଜ
ସୋନପୁର, ୨୯-୦୫-୨୦୨୪ : ଜିଲ୍ଲାର ଜଣେ ନିସହାୟ ବୃଦ୍ଧ ସୁକଦେବ ସାହୁ ଙ୍କ ବାର୍ଦ୍ଧକ୍ୟ ଜନିତ ରୋଗ ରେ ସ୍ଥାନୀୟ ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ହୋଇ ଯାଇଛି l ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ସମାଜସେଵୀ ଓ ବୃଦ୍ଧା ଶ୍ରମ ର ସଦସ୍ୟ ଙ୍କ ସହାୟତାରେ ମୃତ ବୃଦ୍ଧ ଙ୍କ ମର ଶରୀରକୁ ରାମେଶ୍ବର ସ୍ଥିତ ସ୍ମଶାନ ରେ ସତ୍କାର କରାଯାଇଛି । ପ୍ରକାଶ ଥାଉ କି ସୋନପୁର ଜିଲ୍ଲାର ଏକ ହୋଟେଲ ରେ ବହୁଦିନ ଆଗରୁ କାର୍ଯ୍ଯ କରି ଆସୁଥିବା କଣ୍ଟାମାଳ ଅଂଚଳ ର ସୁକଦେବ ସାହୁଙ୍କୁ ସମାଜ ସେବୀ ମନୋଜ ପଣ୍ଡା ଓ ସାମାଜିକ କର୍ମୀ ପଠାଣ ପଣ୍ଡା ଙ୍କ ତତ୍ବାବଧାନରେ ବୃଦ୍ଧା ଶ୍ରମ ରେ ରଖା ଯାଇଥିଲା। କିଛି ଦିନ ଆଗରୁ ସେ ବାର୍ଦ୍ଧକ ଜନିତ ରୋଗ ରେ ପୀଡ଼ିତ ଥିଲେ ଓ ଗତ କାଲି ମେଡିକାଲ ରେ ତାଂକ ମୃତ୍ୟୁ ହେଇଥିଲା। ମୃତ ବ୍ୟକ୍ତି ଙ୍କ ପରିବାର ଵର୍ଗ କେହି ନ ଥିବାରୁ ତାଙ୍କୁ ସୋନପୁର ରାମେଶ୍ବର ସ୍ମଶାନ ରେ ସତ୍କାର କରାଯାଇଛି। ପୋଲିସ କର୍ମଚାରୀ ତଥା ରକ୍ତଦାତା ମନୋଜ ପଣ୍ଡା ଏ ବୃଦ୍ଧ ଙ୍କ ମର ଶରୀର ରେ ମୁଖlଗ୍ନୀ ଦେଇଥିଲେ l ମୃତ୍ୟୁ ବେଳକୁ ତାଙ୍କୁ 75ବର୍ଷ ହେଉଥିଲା l ଜିଲ୍ଲା ସେବା ଭାରତୀ ର କାହୁଁ ସାହୁ, ସମାଜସେବୀ ମନୋଜ୍ ପଣ୍ଡା, ଆଶିଷ ମିଶ୍ର, କୁଶ ଭୋଇ, ଦୀପକ ମେଣ୍ଡେଲି, ସୁଶାନ୍ତ କୁମାର ନାଏକ ପ୍ରମୁଖ ଏଭଳି ମହତ କାର୍ଯ୍ୟ ରେ ସହଯୋଗ କରିଥିବାରୁ ଏ ଉତ୍ସର୍ଗୀ କୃତ ସେବା କୁ ଜିଲ୍ଲା ର ବୁଦ୍ଧିଜିବୀ ଖୁବ୍ ପ୍ରଶଂସା କରିଛନ୍ତି l ପ୍ରକାଶ ଥାଉ କି ଯେ ଗତ ମାସ ରେ ଢେରl ପଡ଼ା ର ଜଣେ ଅସହାୟ ବୃଦ୍ଧା (ମହିଳା ) ଙ୍କ ସମେତ ପୂର୍ବରୁ ସହର ର ଅନେକ ଅଚିହ୍ନା ଶବ ର ସଂସ୍କାର କାର୍ଯ୍ଯ ରେ ଏ ସ୍ୱେଚ୍ଛାସେବୀ ମାନେ ସହଯୋଗ ର ହାତ ବଢ଼ାଇ ଥିବା ଖବର ମିଳିଛି l

Leave a Reply

Your email address will not be published. Required fields are marked *