କେନ୍ଦୁଝର ଜିଲ୍ଲାର ୩ ସ୍ଥାନରେ ଗଣତି କେନ୍ଦ୍ର, ସକାଳ ୮ରୁ ଗଣତି ଆରମ୍ଭ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର, ତା-୦୩-୦୬-୨୪: ଜିଲ୍ଲାରେ ଆସନ୍ତାକାଲି ସକାଳ ୮ରୁ ଭୋଟ ଗଣତି ହେବାକୁ ଯାଉଛି । ଜିଲ୍ଲାର କେନ୍ଦୁଝର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ନିମନ୍ତେ କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ, ଚମ୍ପୁଆ ଏବଂ ପାଟଣା ନିର୍ବାଚନ ମଣ୍ଡଳୀ ନିମନ୍ତେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ, ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀ ନିମନ୍ତେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସ୍ଥିତ ଗଣତି କେନ୍ଦ୍ରରେ ଗଣତି କରାଯିବ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଙ୍କର ସୂଚନା ଅନୁସାରେ ପ୍ରତ୍ୟେକ ଗଣତି କେନ୍ଦ୍ରରେ ଦୁଇଟି ଲେଖାଏଁ କାଉଣ୍ଟିଙ୍ଗ ସେଣ୍ଟର ହେବାକୁ ଥିବାବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ୧୪ ଟି ଟେବୁଲ ରେ ଗଣତି କରାଯିବ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୧୨ ଟି ଟେବୁଲରେ ଗଣତି ବ୍ୟବସ୍ଥା କରାଯାଇଛି।ସକାଳ ୮ ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବାକୁ ଥିବାବେଳେ ସକାଳ ୮.୩୦ ରୁ ଇଭିଏମ ଗଣତି କରାଯିବ । ଭୋଟ ଗଣତି ନିମନ୍ତେ 4 ଜଣ ଅବଜରଭରଙ୍କର ଉପସ୍ଥିତିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ କେନ୍ଦ୍ରରେ ୫ କମ୍ପାନୀ ସିଏପିଏଫ,ଏସ ଏ ପି, ସ୍ଥାନୀୟ ପୋଲିସ ନିୟୋଜିତ ହେବେ। କିନ୍ତୁ ଗଣତି କେନ୍ଦ୍ର ଭିତରକୁ ମୋବାଇଲ ଫୋନ ନିଷେଧ କରାଯାଇଛି । ଗଣତି ପାଇଁ ୬୩୦ ଜଣ କର୍ମଚାରି ନିୟୋଜିତ ହେବେ ବୋଲି ଜିଲ୍ଲାପାଳ ଵିଶାଲ ସିଂ । କେନ୍ଦୁଝର ମାଇନିଙ୍ଗ କଲେଜ ରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ଷ୍ଟ୍ରଙ୍ଗରୁମ ରୁ ସିଧା ସଳଖ ସିସିଟିଭି ମାଧ୍ୟମ ରେ ବାହାରେ ଥିବା ପ୍ରାଥୀଙ୍କ ଏଜେଣ୍ଟ ମାନେ ନଜର ରଖିଛନ୍ତି। ନିର୍ବାଚନ ପର ଦିନ ଠାରୁ ସିସିଟିଭି ରେ ନଜର ରଖିଛନ୍ତି ନିଜ ନିଜ ଦଳ ର କାଯ୍ୟକର୍ତ୍ତା ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *