କପ୍ତିପଦା : ବାଲି ମାଫିଆ ସକ୍ରିୟ, ରାଜକୋଷ ଖାଲି

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଉଦଳା (25/06/24) : କପ୍ତିପଦା ଉପଖଣ୍ଡରେ ଚାଲିଛି ମାଫିଆ ରାଜ । ଖୁଲମଖୁଲା ଚାଲିଛି ରାଜ କୋଷ ଲୁଟ୍ ମାଇନ୍ସି ମିନେରାଲ ବିଭାଗ ସାଜିଛି ଭକୁଆ । ୨୦୨୩ ମସିହା ଏପ୍ରିଲ ମାସରେ ଓଡିଶା ସରକାର ସମସ୍ତ ଖଣିଖାଦାନ ସ୍ଥାନୀୟ ତହସିଲଦାରଙ୍କ ହାତରୁ କାଢି ନେଇ ମାଇନ୍ସି ମିନେରାଲ ବିଭାଗ କୁ ଟେକି ଦେଇଛନ୍ତି । ସେହିଦିନଠାରୁ ବାଲି ଠାରୁ ପଥର ପର୍ଯ୍ୟନ୍ତ ବିପୁଳ ମାତ୍ରାରେ ଲୁଟ୍ ହେଉଥିବା ବେଳେ ରାଜ କୋଷ ଫାଙ୍କା ହେବାରେ ଲାଗିଛି । ମାଫିଆ ରାଜକୋଷକୁ ଲୁଟି ଚାଲିଥିବା ବେଳେ ମହଙ୍ଗା ମାଡ଼ ସିଧାସଳଖ ସାଧାରଣ ଖାଉଟିଙ୍କ ଉପରେ ପଡୁଛି । ଉଦଳା ଅଞ୍ଚଳର ତେଲଦିହୁଡି, ଦରିକୁଲା, ଶାଳଖୁଣ୍ଟା ଓ ଖଲାଡି ଅଞ୍ଚଳ ଦେଇ ଯାଇଥିବା ଶୁନ ନଦୀ ଗର୍ଭରୁ ପ୍ରତିଦିନ ଶହଶହ ଟ୍ରିପ୍ ବାଲି ଉତ୍ତୋଳନ କରାଯାଇ ସରକାରୀ ଧାର୍ଯ୍ୟ ଦର ଠାରୁ ଉର୍ଦ୍ଧରେ ବାଲି ବିକ୍ରୟ ହେଉଅଛି । କିଛି ମୁଷ୍ଟିମେୟ ମାଫିଆ ସିଧାସଳଖ ସରକାରୀ କଳକୁ ଆଖି ଠାର ମାରି ଚୋରା ବାଲି, ମାଟି ,ମୁରୁମ ଓ ମେଟାଲ ବ୍ୟବସାୟ କରୁଛନ୍ତି । ବାଲି ବ୍ୟବସାୟୀଙ୍କୁ ଦମନ କରିବା ପାଇଁ ପ୍ରଶାସନର ଆନ୍ତରିକତା ନଥିବା ବା କେଉଁ ସ୍ବାର୍ଥ ପାଇଁ ପ୍ରଶାସନ ନିରବ ରହୁଛି ତାହା ସ୍ଥାନୀୟ ଅଞ୍ଚଳରେ ବେସ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *