ପାପଡାହାଣ୍ଡି,ସମୀକ୍ଷା ନିୟୁଜ, 26/6/2024: ( କିଶୋର କୁମାର ବିଷୋୟୀ) ହାତୀକାନ ଜଙ୍ଗଲ , ସବୁଜିମା ରେ ପରିପୂର୍ଣ ହୋଇଥିଲା | ସେହି ସମୟରେ ଉକ୍ତ ଜଙ୍ଗଲରେ ବନ୍ୟଜନ୍ତ ରହୁଥିଲେ ନବରଙ୍ଗପୁର ଜିଲ୍ଲାରେ ଯେଉଁଦିନରୁ ମକା ଚାଷ ଆରମ୍ଭ ହେଲା ଏହି ଜଙ୍ଗଲ ଉଜୁଡିବାକୁ ଲାଗିଲା | କିନ୍ତୁ ତିନିବର୍ଷ ରେ ଏହି ଉଜୁଡା ଜଙ୍ଗଳକୁ ନୂତନ ଭାବେ ଜଙ୍ଗଲ ସୁରକ୍ଷା ସମିତି ମାଧ୍ୟମରେ ପୁନଃ ବନୀକରଣ କରାଯାଉଛି | ବିଗତ ତିନି ବର୍ଷ ମଧ୍ୟରେ ଉକ୍ତ ଜଙ୍ଗଲରେ 60 ଏକର ଉଜୁଡା ଜଙ୍ଗଳକୁ ନୂତନ ଭାବେ ବନୀକରଣ କରାଯାଇଥିଲା | ଚଳିତ ବର୍ଷ ମଧ୍ୟ ଏହି ଜଙ୍ଗଲରେ ଖାଲି ପଡ଼ିଥିବା ଜଙ୍ଗଲ ଜମିର 25 ହେକ୍ଟର ଜାଗାରେ ନୂତନ ବନୀକରଣ କରିବାକୁ ବତାସର ବନ ସୁରକ୍ଷା ସମିତି ଏବଂ ଡକ୍ରିବେଡା ବନ ସୁରକ୍ଷା ସମିତି ଏହି ଦୁଇଗୋଟି ବନ ସୁରକ୍ଷା ସମିତି ରିଜୁଲେସନ କରି ତିନିମାସ ପୂର୍ବରୁ ଗାତ ଖୋଲିଥିଲେ | କିନ୍ତୁ ଗତ ସମବାର ଦିନ ଏହି ଦୁଇ ବନ ସୁରକ୍ଷା ସମିତି ର କିଛି ସଦସ୍ୟ ତାର ବାଡ଼ କରିବାପାଇଁ ଗାତ ଖାଳିବା ସମୟରେ ବାମନଦେଇ ଗୁଡ଼ାର କିଛି ମହିଳା ମାନେ ଆସି ଜଣେ ଯୁବକଙ୍କୁ ଆକ୍ରମଣ କରି ତାଙ୍କ ବାନି୍ୟାନ କୁ ଚିରି ମାଡ ମାରିଥିଲେ | ପରଦିନ ଅର୍ଥାତ ମଙ୍ଗଳବାର ଦିନ ଦୁଇଗୋଷ୍ଟି ବନ ସୁରକ୍ଷା ସମିତିର ପ୍ରାୟ ସମସ୍ତ ମହିଳା ଏବଂ ପୁରୁଷ ସଦସ୍ୟ ମାନେ ଉକ୍ତ ଜାଗାରେ ଯାଇ ଗାତ ଖାଳିବା ସମୟରେ ବାମନଦେଇ ଗୁଡ଼ାର କିଛି ମହିଳା ଏବଂ ପୁରୁଷ ମାନେ ଆତର୍କିତ ଭାବେ ପଥରରେ ଆକ୍ରମଣ କରିଥିଲେ | ଯାହା ଫଳରେ ଉଭୟ ବନ ସୁରକ୍ଷା ସମିତିର 5 ଜଣ ସଦସ୍ୟ ଆହତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି | ଏନେଇ ପାପଡାହାଣ୍ଡି ଥାନାରେ ଉଭୟ ବନସୁରକ୍ଷା ସମିତିର ସଦସ୍ୟ ମାନେ ବାମନଦେଇ ଗୁଡା ଗ୍ରାମର ଲୋକଙ୍କ ନାମରେ ଏତଲା ଦେଇଛନ୍ତି | ଏହା ଶୁଣି ବାମନଦେଇ ଗୁଡା ଗ୍ରାମର ଲୋକେ ବିଳମ୍ବିତ ରାତ୍ରରେ ଆସି ଉଭୟ ବନସୁରକ୍ଷା ସମିତି ର କିଛି ସଦସ୍ୟ ଏବଂ ବନ ବିଭାଗର କର୍ମଚାରୀଙ୍କ ନାମରେ ଏତଲା ଦେଇଛନ୍ତି | ଏନେଇ ପାପଡାହାଣ୍ଡି ପଲିସ କେସ ନଂ 141/24 ଏବଂ 142/24 ରେ ଦୁଇଗୋଟି ମାମଲା ୠଜୁକରି ତଦ୍ଵନ୍ତ ଆରମ୍ଭ କରିଛି | ତଦ୍ଵନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପାପଡାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି | ପ୍ରକାଶ ଥାଉକି ବାମନଦେଇ ଗୁଡା ଗ୍ରାମର କିଛି ଲୋକଙ୍କୁ ଜଙ୍ଗଲ ଅଧିକାରୀ ଆଇନ ଅନୁଯାଇ କିଛି ଚାଷ ଜମି ବାବଦକୁ ପଟା ପ୍ରଦାନ କରାଯାଇଛି | ଯେଉଁ ଜଙ୍ଗଲ ଜାଗାରେ ପଟା ଦିଆଯାଇନାହିଁ ସେହି ଜାଗାରେ ନୂତନ ବନୀକରଣ କରିବା ପାଇଁ ପ୍ରସ୍ତାବ ଆଣି ବନୀକରଣ ପାଇଁ ତିନିମାସରୁ ଗାତ ଖଲାଯାଇଛି |