ରେଳମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲପ ରାୟ

ଅଞ୍ଜନ କୁମାର ଭଟ୍ଟ//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ସୁନ୍ଦରଗଡ, 29/6/2025: ରାଉରକେଲା ତଥା ଏହାର ଆଖପାଖରେ ରେଳବାଇର ବିକାଶ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି | ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଭିତିଭୁମିକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବଣ୍ଡାମୁଣ୍ଡା ସଵ ଡିଭିଜନାଲ ହସ୍ପିଟାଲର ନବୀକରଣ କରାଯିବା ସହ 65 ଶଯ୍ୟା କରାଯିବ | ଡାକ୍ତରଖାନା ବର୍ତମାନ ସୁଦ୍ଧା 42,165 ରେଳ ଅଧିକାରୀ ଓ ପ୍ରାୟ 12,600 ଅବସରପ୍ରାପ୍ତ ରେଳ ହିତାଧିକାରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି | ଉଭୟ ରାଉରକେଲା ଏବଂ ପାନପୋଷ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି | ଏହି ଷ୍ଟେସନ ଗୁଡିକର ତ୍ୱରିକ ବିକାଶ ପାଇଁ ଶ୍ରୀ ରାୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ | ବହୁ ପ୍ରତିକ୍ଷୀତ ତାଳଚେର_ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ଅଗ୍ରାଧିକାର ଭିତିରେ ସମ୍ପୂର୍ଣ କରିବାକୁ ଅନୁରୋଧ କରିଥିଲେ | ରେଳମନ୍ତ୍ରୀ ତାଳଚେର – ବିମଳାଗଡ଼ ରେଳଲାଇନ କମିଟିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି | ଏହି ପ୍ରକଳ୍ପ ତୋରାନ୍ୱିତ ହେବ ବୋଲି ନିଶ୍ଚିତ କହିଛନ୍ତି | ଶ୍ରୀ ରାୟ ବନ୍ଧମୁଣ୍ଡାରେ ଥିବା ସଵ-ଡିଭିଜନଲ ଡାକ ବିଭାଗର ନବୀକରଣ ଏବଂ ବିକାଶ ପାଇଁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ରେଳ ଚଳାଚଳର ଉନତି ପାଇଁ ବାନ୍ଧମୁଣ୍ଡା ଏକ୍ସଚେଞ୍ଜ ୟାର୍ଡରେ ଏକ ବିଛିନ୍ନମୁକ୍ତ ରେକ ପରୀକ୍ଷା ସୁବିଧା ପ୍ରତିଷ୍ଠା ଉପରେ ଆଲୋଚନା କରିଥିଲେ | ଜମି ବିବାଦ କାରଣରୁ ଏହି ପ୍ରକଳ୍ପ ବିଳମ୍ବରେ ସମ୍ମୁଖୀନ ହୋଇଛି | ଏହି ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି | ବନ୍ଦେ ଭାରତ ରେଲକୋଚ ଉତ୍ପାଦନ ୟୁନିଟ ରେଳ ୟାର୍ଡ଼ରେ ସୁବିଧା ପ୍ରତିଷ୍ଠା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା | ଏହି ପ୍ରସଙ୍ଗରେ ଦୃଷ୍ଟି ଦେବେ ଏବଂ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ରେଳମନ୍ତ୍ରୀ ପ୍ରତିଶୁତି ଦେଇଛନ୍ତି | ଏହି ପଦକ୍ଷେପ ରାଉରକେଲାବାସିଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ନିଯୁକ୍ତି ସୃଷ୍ଟି କରିବ ଏବଂ ଅନ୍ୟନ୍ୟ ସୁବିଧା ଯୋଗାଇବା |

Leave a Reply

Your email address will not be published. Required fields are marked *