ଭୁବନେଶ୍ୱର, ସମୀକ୍ଷା ବ୍ୟୁରୋ :
ଗଜପତି ମହାରାଜ ଦିବ୍ୟାସିଂହଦେବ ଗତକାଲି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି | ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା, ନୀତିକାନ୍ତି, ରତ୍ନଭଣ୍ଡାର ଖୋଲାଯିବା ଆଦି ପ୍ରସଙ୍ଗରେ ଗଜପତି ଆଲୋଚନା କରିଥିଲେ | ଏହି ସାକ୍ଷାତ ସମୟରେ ଆଇନି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ | ସାକ୍ଷାତ ପରେ ଆଇନି ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି | ତାହା ରାଜ୍ୟ ସରକାର ପାଳନ କରିବେ | ରାଷ୍ଟ୍ରପତିଙ୍କ ଗ୍ରସ୍ତ ଓ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହୋଇଛି | ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତି ହୋଇଛି | ଖୁବ ଶୀଘ୍ର ଏ ସମ୍ପର୍କରେ ସରକାର ସୂଚନା ଦେବେ |