କେନ୍ଦୁଝର : ସିଆଳୀ ଦଉଡିରେ ଗଡିଥାଏ ବିଶ୍ବର ସର୍ବୋଚ୍ଚ ରଥ

ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର (03/07/24) : ସିଆଳୀ ଦଉଡି ତିଆରି ପାଇଁ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କଠାରୁ ଭୂୟାଁମାନେ ଆଜ୍ଞାମାଳ ନେଇଛନ୍ତି. ଭୂୟାଁମାନଙ୍କ ଦ୍ବାରା ପ୍ରସ୍ତୁତ ସିଆଳୀ ଦଉଡିରେ ଟଣାଯାଏ କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କର ନନ୍ଦିଘୋଷ ରଥ. ବାଁଶପାଳ ବ୍ଲକ ଦଁଳା ଗାଁରେ ଲୋକେ ଅକ୍ଷୟ ତୃତୀୟାରୁ ନିକଟସ୍ଥ ପାହାଡରୁ ସିଆଳୀ ଲତା ସଂଗ୍ରହ କରିଥାନ୍ତି. ପରେ, ଗଛର ବକ୍କଳରୁ ସଂଗୃହୀତ ଏହି ସିଆଳୀ ଲତାରୁ ଦଉଡି ବଳିଥାନ୍ତି ଲୋକେ. ଏଥିପାଇଁ ସ୍ନାନପୂର୍ଣ୍ଣିମା ଦିନ ଦଁଳା ଗାଁର ଲୋକେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରୁ ଆଜ୍ଞାମାଳ ନେଇ ସିଆଳୀ ଦଉଡି ତିଆରି କାମ ଆରମ୍ଭ କରିଛନ୍ତି. କାହିଁ କେଉଁ କାଳରୁ ଭୂୟାଁମାନଙ୍କ ଦ୍ବାରା ତିଆରି ଏହି ସିଆଳୀ ଦଉଡି କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନନ୍ଦିଘୋଷ ରଥରେ ବ୍ୟବହୃତ ହୋଇ ଆସୁଛି.

Leave a Reply

Your email address will not be published. Required fields are marked *