ଅଞ୍ଜନ କୁମାର ଭଟ୍ଟ//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ସୁନ୍ଦରଗଡ, 3/7/2024:
ମଙ୍ଗଳବାର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର 13କୁ ଯାଇ ଲୋକଙ୍କ ସମସ୍ୟା ଦେଖିଲେ, ଅଧିକାରୀଙ୍କୁ ଡାକି ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଲେ | ଯୋଗେଶ ୱାର୍ଡ ରେ ପହଂଚିବା ପାରେ ଲୋକେ ତୃତୀପୂର୍ଣ୍ଣ ଭାବେ ନିର୍ମିତ ଏକ ଅଧପାନ୍ତରିଆ ଡ୍ରେନ ଯୋଗୁ କେମିତି ପଡାବାସୀ ଯନ୍ତ୍ରଣା ଭୋଗୁଛନ୍ତି ତାହା ପ୍ରକାଶ କରିଥିଲେ | ବର୍ଷା ସମୟରେ ଏଠାରେ ପାଣିଜମି ଲୋକଙ୍କ ଦୁର୍ଦଶା ବଢ଼ାଇଦେବ ବୋଲି ଅଭିଯୋଗ ପରେ ବିଧାୟକ ଶ୍ରୀ ସିଂ ପୌର ନିର୍ବାହୀ ଅଧିକାରୀ ଙ୍କୁ ୱାର୍ଡକୁ ଡାକି ପାଣି ନିଷ୍କାସନର ବ୍ୟବସ୍ତା ଓ ଡ୍ରେନ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ | ସେହିପରି ଡ୍ରେନ କଡ଼ରେ ଥିବା ବିଦ୍ୟୁତଖମ୍ବ ସମସ୍ୟା ସୃଷ୍ଟି କରୁଥିବାରୁ ଟାଟାପାୱାର ଯନ୍ତ୍ରୀଙ୍କୁ ଡାକି ତୁରନ୍ତ ଖମ୍ବ ହଟାଇବାକୁ କହିଥିଲେ | ଅଧିକାରୀ ଓ ଯନ୍ତ୍ରୀ ତୁରନ୍ତ କାମ କରିବେ ବୋଲି କହିଥିଲେ | ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ନାଏକ ଓ ବିଜେଡିର ଅନ୍ୟ କର୍ମୀ ଉପସ୍ଥିତ ଥିଲେ |