ଭୁବନେଶ୍ୱର, ସମୀକ୍ଷା ନିୟୁଜ:
ଓଡିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ଡ଼କ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ମିଳିଛି | ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ ଆଜି କେନ୍ଦ୍ର ଆଇନି ଓ ନ୍ୟାୟ ମନ୍ତ୍ରାଳୟ ତରଫରୁ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି | ଉଲେଖଯୋଗ୍ୟ ଯେ 2023 ଡିସେମ୍ବର 27ରେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଁ ଜଷ୍ଟିସ ଡକ୍ଟର ଷଡ଼ଙ୍ଗୀଙ୍କ ନା ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ |ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ 1962 ଜୁଲାଇ 20ରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ନିକଟ ପାନ୍ତିଖରୀ ଶାସନରେ ଜନ୍ମ ଗ୍ରହଣ କରିଥିଲେ | ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ହେଉଛନ୍ତି ସ୍ବର୍ଗତ ବାଞ୍ଛାନିଧି ଷଡ଼ଙ୍ଗୀ ଓ ଶୈଳବଳା ଷଡ଼ଙ୍ଗୀଙ୍କ ସାନ ପୁଅ |ମଧୁସୂଦନ ଆଇନି କଲେଜରୁ ସେ ଏଲ ଏଲ ବି ଓ ଏଲ ଏଲ ଏମ ପାସ କରିଥିଲେ | ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଆଇନୀରେ ପିଏଚଡି ପ୍ରଦାନ କରାଯାଇଥିଲା |1985ରେ ସେ ଆଇନି ଯିବି ଭାବେ ଯୋଗ ଦେଇଥିଲେ | ହାଇକୋର୍ଟ ଓ ସୁପ୍ରିମକୋର୍ଟରେ 27ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକରି ସେ ସୁନାମ ଅର୍ଜନ କରିଛନ୍ତି | 2013 ଜୁନ 20ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଶପଥ ଗ୍ରହଣ କରିଥିଲେ | 2023ରେ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ | ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ବିଚାରପତି ଭାବେ ସାଢେ 10ବର୍ଷର କାର୍ଯ୍ୟକାଳ ଭିତରେ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ 1ଲକ୍ଷ 52ହଜାରରୁ ଅଧିକ ମାମଲାର ଫାଇସଲା କରିଛନ୍ତି |ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ 15ସହରୁ ଅଧିକ ରିପୋଟେଡ଼ ଜଜମେଣ୍ଟ ପ୍ରକାଶ କରିଛନ୍ତି |