ସନ୍ତୋଷ କୁମାର ପଟ୍ଟନାୟକ/ସାମ୍ୱାଦିକ/ସମୀକ୍ଷା ନ୍ୟୁଜ
ଟିଟିଲାଗଡ଼, ୫/୭/୨୪: ବର୍ତମାନ ସମୟରେ ସମଗ୍ର ପରିବେଶ ଧ୍ବଂସ ଆଡକୁ ଗତି କରୁଥିବା ବେଳେ ପାଣିପାଗ ସନ୍ତୁଳନ ବି ବିଗିଡିବାରେ ଲାଗିଛି l ପରିସ୍ଥିତି ଏମିତି ହେବାକୁ ଯାଉଛି ଯେ ଆଗାମୀ ଦିନରେ ସମଗ୍ର ଅଂଚଳ ମରୁଭୂମି ସଦୃଶ ହେବା ର ସମ୍ଭାବନା ବି ରହିଛି l କାରଣ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ, ବୃକ୍ଷ ଲତା ର ଅଭାବ ଯୋଗୁଁ ଟିଟିଲାଗଡ଼ ଅଂଚଳ ଏକ ଅଗ୍ନିପିଣ୍ଡ ବଳୟ ଭିତରେ ସତେ ଯେମିତି ରହୁଛି l ବର୍ଷ ତମାମ ତାତି ରହୁଥିବା ବେଳେ ଗ୍ରୀଷ୍ମ ମାସରେ ନିଆଁ ବର୍ଷା ପରି ସୂର୍ଯ୍ୟ ର କିରଣ ପଡିଥାଏ l ଏହାକୁ ରୋକିବା ତଥା ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହ ଆଗାମୀ ଦିନରେ ସମଗ୍ର ଟିଟିଲାଗଡ଼ ଅଂଚଳ କୁ ରକ୍ଷା କରିବା ପାଇଁ ଆଜି ଟିଟିଲାଗଡ଼ ସହର ସ୍ଥିତ ଓମ ଭ୍ୟାଲି ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲା କାର୍ଡ, ବିଭିନ୍ନ ସଚେତନତା ସ୍ଲୋଗାନ ନେଇ ଟିଟିଲାଗଡ଼ ସହର ରେ ବୃକ୍ଷ ରୋପଣ, ତଥା ଜଙ୍ଗଲ କ୍ଷୟ ରୋକିବାକୁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି l ଗୋଟିଏ ପଟରେ ସାରା ଦେଶ ବନସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ଆଜି କୁନି କୁନି ପିଲାମାନେ ଟିଟିଲାଗଡ଼ ସହରରେ ଚାଲି ଚାଲି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଆଗାମୀ ଦିନରେ ପରିବେଶ ତଥା ସହର କୁ ବଞ୍ଚାଇବାକୁ ହେଲେ ଗୋଟିଏ ମଣିଷ ଗୋଟିଏ ଗଛ ନାରା ଦେଇ ସହର ପରିକ୍ରମା କରୁଥିବା ଦୃଶ୍ୟ ଥିଲା ବେଶ ନିଆରା l ପରେ କୁନି କୁନି ପିଲାମାନଙ୍କ ସହ ଟିଟିଲାଗଡ଼ ଡି ଏ ଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l ଏମିତି କି କିଛି ଛାତ୍ର ଛାତ୍ରୀ ହାତରେ ବୃକ୍ଷ ର ଚାରା ନେଇ ମଧ୍ୟ ଲୋକଙ୍କୁ ଦେଇ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ l ପିଲାମାନଙ୍କ ଏହି ମହତ ଉଦେଶ୍ୟ ଯୋଗୁଁ ସ୍କୁଲ ଅଧ୍ୟକ୍ଷ ଦୀପକ ସାହୁ, ବିଭାରାଜ ଗୁପ୍ତା ତଥା ପରିଚାଳନା ଉପଦେଷ୍ଟା ରବି ବର୍ମା ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି ,