ଅସିତ କୁମାର ମହାନ୍ତି //ପ୍ରତିନିଧି //ସମୀକ୍ଷା ନିୟୁଜ
ଢେଙ୍କାନାଳ, 9/7/2024: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ରେ ଦୁଇ ଦିନ ହେବ ଉପବାସରେ ଅଛନ୍ତି ଠାକୁର । ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ରୋଷଘରେ ମଧ୍ୟ ଝୁଲୁଛି ତାଲା। ଠାକୁରଙ୍କର ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଦେବୋତ୍ତର ବିଭାଗ କହିଛି (ସୋନବର ) ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ବିଳମ୍ବରେ ହୋଇଥିଲା । କିନ୍ତୁ ଆଜି କୌଣସି ସୁଆର ନଥିବା ହେତୁ ରୋଷ ଘରେ ତାଲା ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ଫଳରେ ବାବା ଚନ୍ଦ୍ରଶେଖରଙ୍କର ନୀତି ବନ୍ଦ ରହିଥିଲା । ଯେଉଁଥିପାଇଁ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଅନେକ ଶ୍ରଦ୍ଧାଳୁ ଶ୍ରୀ ନନ୍ଦ ଏହି ସମ୍ପକରେ ଜିଲା ପ୍ରଶାସନଙ୍କ ଅବଗତ କରାଇଥିବା ଜଣା ପଡ଼ିଛି । ଅପର ପକ୍ଷରେ ଦେବୋତ୍ତର ବିଭାଗ ଘଟଣାକୁ ସ୍ୱୀକାର କରିଛି । ସୁଆର ମାନଙ୍କ ଶରୀର ଅସୁସ୍ଥତା ପାଇଁ ଏଭଳି ସମସ୍ୟା ଉପୁଜିଛି ବୋଲି ଦେବୋତ୍ତର ନିରୀକ୍ଷକ କହିଛନ୍ତି ଏବଂ ବିଳମ୍ବରେ ଏହାର ସମାଧାନ କରାଯାଇଛି ବୋଲି ଜଣ ଯାଇଛି । କିନ୍ତୁ କପିଳାସ ରେ ବାରଂବାର ଏହିପରି ଘଟଣାକୁ ଜନସାଧାରଣରେ ଘୋର ନିନ୍ଦା କରାବା ସହିତ ଏହାର ପୁନରାବୃତ୍ତି ନହେବାପାଇ ଜିଲ୍ଲା ପ୍ରଶାସନଙ୍କୁ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁ ମାନେ ନିବେଦନ କରିଛନ୍ତି ।