ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର (13/07/24)ଘଟଗାଁ ବ୍ଲକ ର
ଢେଙ୍କିକୋଟ ବାସିନ୍ଦା କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ନାମରେ ଫେକ୍ ଫେସବୁକ ଏକାଉଣ୍ଟ ଖୋଲି ତାଙ୍କ ନାମରେ କେହି ଠକ ଲୋକ ମାନଙ୍କୁ ଅର୍ଥ ମାଗିବା ଘଟଣା ସାମନାକୁ ଆସିବା ପରେ ଏନେଇ ସାଂସଦଙ୍କ ପକ୍ଷରୁ ପୁଲିସକୁ ଅବଗତ କରାଯାଇଛି । ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଭାବେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ସାମାଜିକ ଗଣମାଧ୍ୟମରେ କେହି ଠକ ସାଂସଦ ଅନନ୍ତ ନାୟକଙ୍କ ନାମରେ ଏକ ଫେକ ଏକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମରେ ଅର୍ଥ ମାଗୁଥିବା ଦେଖିବାକୁ ମିଳିଥିଲା। ଠକ ଜଣଙ୍କ ସାଂସଦଙ୍କ ଫଟୋକୁ ମଧ୍ୟ ଏହି ଫେକ ଏକାଉଣ୍ଟରେ ବ୍ୟବହାର କରିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ସାଂସଦ ସାମାଜିକ ଗଣମାଧ୍ୟମରେ ଏହା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ତାଙ୍କ ନାମରେ ଏକ ଫେକ ଆଇଡି ତିଆରି କରି କେହି ଠକ ଲୋକ ମାନଙ୍କ ଠାରୁ ଅର୍ଥ ମାଗୁଛି ତେଣୁ ଦୟା କରି ଏପରି କେହି ତାଙ୍କ ନାମରେ ଅର୍ଥ ମାଗିଲେ ତାକୁ ଦିଅନ୍ତୁ ନାହିଁ । ଏହା ପରେ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି ।