ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର, 17/7/24: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ଘଟିଛି ଅଭାବନୀୟ ଘଟଣା। ମାନସିକ ପୂରଣ ପାଇଁ ଜଣେ ଭକ୍ତ ମା’ଙ୍କ ସାମନାରେ ଏକ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଥିବା ଜଣାଯାଇଛି। ଗୁରୁତର ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି।
ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ବିଜୟ ମା’ ତାରିଣୀଙ୍କ ନିକଟରେ ମାନସିକ ରଖିଥିଲେ। ଗତକାଲି ସନ୍ଧ୍ୟାରେ ସେ କେନ୍ଦୁଝରରେ ପହଞ୍ଚିଥିଲେ। ସେଠାରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଏକ ଧାରୁଆ ବ୍ଲେଡ ବାହାର କରି ନିଜ ଜିଭ କାଟି ପକାଇଥିଲେ l ବର୍ତମାନ ଘଟଗାଁ ହସ୍ପିଟାଲ ରେ ଚିକିଛିତ ହେଉଛନ୍ତି