ବଡ଼ବିଲ : ଖୋର୍ଦ୍ଧାକୁ 23 ପଦକ, ଓଡିଶା କପ ପେଞ୍ଚକ ସିଲଟ ପ୍ରତିଯୋଗିତା

ଅନିଲ କୁମାର ବେହେରା //ସାମ୍ବାଦିକ//ସମୀକ୍ଷା ନିୟୁଜ କେଉଁଝର, 21/07/2024: ବଡବିଲ ଠାରେ ଅନୁଷ୍ଠିତ ହୋଇଯାଇଥିବା “ଓଡିଶା କପ ପେଞ୍ଚକ ସିଲାଟ ପ୍ରତିଯୋଗିତା”ରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ହାସଲ କରି ପୁଣି ଥରେ ଓଡିଶାକୁ ଗୌରବର ଶୀର୍ଷରେ ପହଞ୍ଚାଇଛନ୍ତି ଖୋର୍ଦ୍ଧାର ଖେଳାଳିମାନେ । ଜୁଲାଇ ୨୦ ରୁ ୨୧ ଯାଏ ହୋଇଥିବା ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଟିମ୍ କୋଚ୍ ନବ କିଶୋର ପାଇକରାୟ, ପ୍ରକାଶ ବେହେରା ଓ ସୁମିତ୍ ନାୟକଙ୍କ ତତ୍ତ୍ଵାବଧାନରେ ଖୋର୍ଦ୍ଧାରୁ ୨୫ଜଣ ପ୍ରତିଭାବାନ ଖେଳାଳି ମନୋନୀତ ହୋଇଥିଲେ। ସେମାନେ ହେଲେ ନବ କିଶୋର ପାଇକରାୟ, ଅନନ୍ଦିତା ପାତ୍ର, ପ୍ରକାଶ ବେହେରା, ପ୍ଲିଜାଲିନ ତରାଇ, ଶ୍ୟାମ ଧାରୁଆ, ରଞ୍ଜିତ ନାୟକ, ସାନ ଅଲ୍ ନୱାଜ ଖାନ୍, ଶିବାନୀ ପାତ୍ର, ଦେବେନ୍ଦ୍ର ନାଥ ଧଳ,ହର୍ଶିତା ହର ପ୍ରିୟା ଧଳ,ଫର୍ଦିଁନ୍ ଖାନ୍,ଅନ୍ୱେଷା ହୋତା , ପି ଶକ୍ତି ପ୍ରୟାସ , ପଲଭ୍ ମହନ୍ନା,ସାଗର ନାରାୟଣ ଜେନା , ଅର୍ପିତା ଜାଲି,ତୁଷାର ବେହେରା,ଚନ୍ଦନ ବେହେରା,ଦୋଲମନି ମାଝୀ, ଵାବୁ କିଶନ ନାୟକ,ସମରେଶ କୁମାର ନନ୍ଦ, ୟସ୍ ବନ୍ତ୍ ନାୟକ ,ସୁରଜ୍ ମୁଖୀ, ଜଗନ୍ ଲେଙ୍କା,ବିଶ୍ଵ ପ୍ରକାଶ ଜେନା । ଏହି ଖେଳାଳି ମାନେ ୧୦ ସ୍ବର୍ଣ୍ଣ , ୮ଟି ରୋପ୍ୟ ପଦକ, ୫ଟି କାଂସ୍ୟ ପଦକ ହାସଲ କରି ଓଡ଼ିଶାକୁ ଗୌରବାନ୍ବିତ କରାଇଛନ୍ତି। ସ୍ବର୍ଣ୍ଣ ପଦକ ପାଇଥିବା ଖେଳାଳିମାନେ ହେଲେ ଅନନ୍ଦିତା ପାତ୍ର,ସାନ ଅଲ ନୱାଜ୍ ଖାନ୍ ,ପ୍ଲିଜାଲିନ ତରାଇ, ଫର୍ଡ଼ିଁନ୍ ଖାନ୍ ,ହାର୍ଶିତା ହର ପ୍ରିୟା ଧଳ,ଦେବେନ୍ଦ୍ର ନାଥ ଧଳ, ପଲଭ ମହାନା,ଅନ୍ୱେଷା ହୋତା,ସାଗର ନାରାୟଣ ଜେନା,ରଞ୍ଜିତ ନାୟକ | ରୌପ୍ୟ ପଦକ ପାଇଥିବା ଖେଳାଳିମାନେ ହେଲେ ନବ କିଶୋର ପାଇକରାୟ, ଶିବାନୀ ପାତ୍ର, ସମରେଶ କୁମାର ନନ୍ଦ, ୟସ୍ ବନ୍ତ୍ ନାୟକ ,ସୁରଜ୍ ମୁଖୀ, ଜଗନ୍ ଲେଙ୍କା,ପ୍ରକାଶ ବେହେରା ,ତୁଷାର ବେହେରା ଓ କାଂସ୍ୟ ପଦକ ପାଇଥିବା ଖେଳାଳିମାନେ ହେଲେ ଶକ୍ତି ପ୍ରୟାସ,ଅର୍ପିତା ଯାଲି,ଚନ୍ଦନ ବେହେରା,ବାବୁ କିଶନ ନାୟକ, ବିଶ୍ବ ପ୍ରକାଶ ଜେନା।ଏହି ପ୍ରତିଯୋଗିତାରେ ଜୀତେନ୍ଦ୍ର କୁମାର ରାଉତ ରେଫ୍ରୀ ଭାବରେ ଯୋଗ ଦେଇଥିଲେ। ଏଥି ସହିତ ଖୋର୍ଦ୍ଧା ଦ୍ଵିତୀୟ ରନର୍ସଅପ ହୋଇଛି। ଏଥିପାଇଁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ସଭାପତି ସାରଦା ପ୍ରସନ୍ନ ଦାସ, ଚେୟାରମେନ ସଚିନ ମହାପାତ୍ର ଓ ସଂପାଦକ ଜିତେନ୍ଦ୍ର କୁମାର ରାଉତ ,ନବକିଶୋର ପାଇକରାୟ , ପ୍ରକାଶ ବେହେରା, ନରେନ ପାତ୍ର, ମୁଖ୍ୟ ପରାମର୍ଶଦାତା ସାମନ୍ତରାୟ ,ବିଶ୍ଵନାଥ ସ୍ୱର୍ଣକର,ଦେବାଶିଷ ସୁନ୍ଦରାୟ ,ଆଦି ସମସ୍ତ ପ୍ରତିଯୋଗୀଙ୍କୁ ବିଜୟୀ ହେବାର ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *