ଭୁବନେଶ୍ବର: ଆଜି ସନ୍ଧ୍ୟାରେ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ର ମିଡିଆ ଗ୍ୟାଲେରି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯୋଗଦେଇ କହିଲେ, ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଦିନରେ ଲୋକମାନଙ୍କ ଉତ୍ସାହ ବାରି ହୋଇପଡ଼ୁଛି।
ସମ୍ମିଳନୀ ୫ ତାରିଖ ଯାଏ ଚାଲିବ। ଏଥିରେ ଓଡ଼ିଆ ଭାଷାର ପ୍ରାଚୀନ, ମଧ୍ୟକାଳ ଓ ଆଧୁନିକ ଯୁଗକୁ ନେଇ ବିରାଟ ପ୍ରଦର୍ଶନୀ କରାଯାଇଛି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି। ସମ୍ମିଳନୀକୁ ଆସିବାକୁ କୌଣସି ପାସ୍ର ଆବଶ୍ୟକତା ନାହିଁ। ତେଣୁ ଜନସାଧାରଣଙ୍କୁ ଅନୁରୋଧ, ସେମାନେ ପରିବାର ସହ ଆସି ଭାଷା ସମ୍ମିଳନୀକୁ ଦେଖନ୍ତୁ। ଗରିମାମୟ ଭାଷାର ସମ୍ମାନ ରଖିବାକୁ ହାତ ମିଳାଇ କାମ କରିବାକୁ ଶ୍ରୀମତୀ କାର୍ତ୍ତିକେୟାନ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।