କଳିଙ୍ଗ ମିଡ଼ିଆ ସର୍ଭିସେସ ୧୪ତମ ବ୍ୟାଚ ଆୟୋଜିତ ସାମ୍ବାଦିକତା ରେ ନୈତିକତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଓଡିଶାର ବାର୍ଷିଆନ ଖ୍ୟାତନାମା ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ ଏହି ଆଲୋଚନା ଚକ୍ର କୁ ଉଦଘାଟନ କରିଥିବା ବେଳେ ଭାରତୀୟ ଜନସଂଚାର ସଂସ୍ଥାନ IIMCର ପୂର୍ବତନ ମୁଖ୍ୟ ତଥା DAVP ର ପୂର୍ବତନ ନିର୍ଦେଶକ ପ୍ରଫେସର ଡ଼ଃ ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l କଳିଙ୍ଗ ମେଡ଼ିଆ ସର୍ଭିସେସର ସଭାପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଗୋକୁଳାନନ୍ଦ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଓଡିଶା ର ଖ୍ୟାତନାମା ସାମ୍ବାଦିକ ଶ୍ରୀଯୁକ୍ତ ବିପିନ ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ଭିତରେ ସାନମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅରୁଣ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତା ରେ ନୈତିକତା ଆଲୋଚନା ଚକ୍ର ରେ ନିଜ ମତ ପ୍ରକାଶ କରିଥିଲେ lଅନୁଷ୍ଠାନର ସମ୍ପାଦକ ତଥା ସାମ୍ବାଦିକ ବିଶାରଦ ଡ଼ଃ ମହେଶ୍ୱର ଏହି ଆଲୋଚନା ଚକ୍ର କୁ ସଂଚାରଣ କରିଥିଲା ବେଳେ ପଦ୍ମଲୋଚନ ମଲିକ,ଦୀପକ କୁମାର ବରାଳ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ, ସୁପ୍ରଭା ଗୋଛାୟତ, ସୌଭାଗ୍ୟ ଲଷ୍ମୀ ବାରିକ, ଅଲିଶା ବରାଳ, ସନ୍ତୋଷ କୁମାର ପଟ୍ଟନାୟକ, ମୁକେଶ କୁମାର ବେହେରା, ପ୍ରଭାତ କୁମାର ସାହୁ, ଜଗନ୍ନାଥ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ସବସତ୍କାର କ୍ଷେତ୍ରରେ ଜଣେ ମହିୟସୀ ମହିଳା ଭାବେ ସ୍ନେହାଞ୍ଜଳି ସେଠି ଙ୍କୁ ଅନୁଷ୍ଠାନ ତରଫରୁ ଉପହାର ଦେଇ ଭୂୟାଁସି ପ୍ରଶଂସା କରାଯାଇଥିଲା ବେଳେ ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରିଥିବା ସରପଞ୍ଚ ବିନତି ନାୟକ, ସରପଞ୍ଚ ଦିବ୍ୟାଲୋଚନ ନାୟକ ଏବଂ ପଞ୍ଚାୟତ ସମିତି ସଭ୍ୟ ପ୍ରତାପ କୁମାର ଦାଶ ଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଏହି ଆଲୋଚନା ଚକ୍ର ରେ କଳିଙ୍ଗ ମିଡ଼ିଆ ର 60 ଜଣ ଛାତ୍ର ଛାତ୍ରୀ ସମେତ 100 ଜଣ ସାମ୍ବାଦିକ ଭାଗ ନେଇଥିଲେ ପରିଶେଷରେ ଅନୁଷ୍ଠାନ ର ସାମ୍ବାଦିକତା ବିଭାଗରେ ର ଅଧ୍ୟାପକ ସାମ୍ବାଦିକ ଶ୍ରୀଯୁକ୍ତ ଜ୍ଞାନଚନ୍ଦ୍ର ମଲିକ ଧନ୍ୟବାଦ ପ୍ରଦାନ କରିଥିଲେ l
Seminar on Ethics of Journalism ଓଡିଶାର ବାର୍ଷିଆନ ଖ୍ୟାତନାମା ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିବା ବେଳେ ଭାରତୀୟ ଜନସଂଚାର ସଂସ୍ଥାନ IIMCର ପୂର୍ବତନ ମୁଖ୍ୟ ତଥା DAVPର ପୂର୍ବତନ ନିର୍ଦେଶକ ପ୍ରଫେସର ଡ. ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l କଳିଙ୍ଗ ମିଡ଼ିଆ ସର୍ଭିସେସର ସଭାପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଗୋକୁଳାନନ୍ଦ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଓଡିଶାର ବରିଷ୍ଠ ରାଜନୈତିକ ସମ୍ବାଦଦାତା ଶ୍ରୀଯୁକ୍ତ ବିପିନ ସିଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ଭିତରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅରୁଣ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାରେ ନୈତିକତା ଆଲୋଚନାଚକ୍ରରେ ନିଜ ମତ ପ୍ରକାଶ କରିଥିଲେ l ଧନ୍ୟବାଦ 🙏🏼ଡ଼ ମହେଶ୍ୱର, ସମ୍ପାଦକ