କଳିଙ୍ଗ ମିଡିଆ ସର୍ଭିସେସର ସାମ୍ବାଦିକତା ବିଭାଗର ୧୨ତମ ବ୍ଯାଚର ସମାବର୍ତ୍ତନ ଉତ୍ସବ ପାଳିତ

ଜ୍ଞାନ ଚାନ୍ଦ ମଲ୍ଲିକ //ସାମ୍ବାଦିକ// ସମୀକ୍ଷା ନିୟୁଜ
*କଳିଙ୍ଗ ମିଡିଆ ସର୍ଭିସେସ ତରଫରୁଅବଶିଷ୍ଟ ୨ଜଣ କାର୍ଯ୍ଯରତ ସାମ୍ବାଦିକଙ୍କୁ କଳିଙ୍ଗ ମିଡ଼ିଆ ୨୦୨୪ରେ ସମ୍ମାନିତ*
ଭୁବନେଶ୍ୱର (୪/୩/୨୦୨୪):
ଆଜି ଉତ୍ତରା ସ୍ଥିତ ଜି ଆଇ ଇ ଏମ ପରିସରରେ କଳିଙ୍ଗ ମିଡିଆ ସର୍ଭିସେସ ତରଫରୁ ବୃତ୍ତିଗତ ସାମ୍ବାଦିକତା ପାଠ୍ଯକ୍ରମର ୧୨ତମ ବ୍ଯାଚର ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି l
କାର୍ଯ୍ଯକ୍ରମରେ କଳିଙ୍ଗ ମିଡିଆ ସର୍ଭିସେସ ଅନୁଷ୍ଠାନର ନିର୍ଦେଶକ ଡ଼ ମହେଶ୍ୱରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାର୍ଷିଆନ ସାମ୍ବାଦିକ ଡ଼ଃ ପୀତବାସ ମିଶ୍ର , ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସରୋଜ କୁମାର ସାହୁ ଯୋଗ ଦେଇ ସାମ୍ବାଦିକତାରେ ସମ୍ମୁଖୀନ ହେଉଥୁବା ସମସ୍ଯା ଓ ତାହାର ସହଜ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l
ଏହି ଅବସରରେ କଳିଙ୍ଗ ମିଡିଆ ସର୍ଭିସେସ ତରଫରୁ ବାଲେଶ୍ୱର ଜିଲ୍ଲାର ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରତିକାନ୍ତ ସାହୁ, ଶ୍ରୀଯୁକ୍ତ ବିବେକାନନ୍ଦ ଦାସଙ୍କୁ ସାମ୍ବାଦିକଙ୍କୁ କଳିଙ୍ଗ ମିଡ଼ିଆ ୨୦୨୪ରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ସମ୍ମାନିତ କରି ଥିଲେ l
ଏହି ୧୨ତମ ବ୍ଯାଚର ସମାବର୍ତ୍ତନ ଉତ୍ସବରେ ଅବଶିଷ୍ଟ ୨୦ଜଣ ସାମ୍ବାଦିକତା ଛାତ୍ର ଛାତ୍ରୀଙ୍କୁ ମୁଖଅତିଥି ଡ଼ ମିଶ୍ର ଉତ୍ସାହ ଉପହାର ଦେଇ ସାମ୍ବାଦିକତାକୁ ବ୍ରତ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ l
ପ୍ରାରମ୍ଭରେ ଅନୁଷ୍ଠାନ ର ନିର୍ଦେଶକ ଡ଼ଃ ମହେଶ୍ୱର ଅତିଥି ପରିଚୟ କରିଥିବା ବେଳେ ସାମ୍ବାଦିକତା ବିଭାଗର ଅଧ୍ୟାପକ ଶ୍ରୀ ଜ୍ଞାନ ଚାନ୍ଦ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *